Browsing category

ରାଜନୀତି

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ,୧୩ା୭(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୬ରେ କଟକ ଓଡ଼ିଶା ଉଚ୍ଚନ୍ୟାୟଳୟ, ଏସସିବିମେଡିକାଲ ଓ ଜାତୀୟ ଆଇନବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବାପରେ କଟକ ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେରଖି କଟକରେ ପୁଲିସର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିଉତ୍ସବ ଦୁଇଦିନଧରି ପାଳନ କରାଯାଉଥିବାରୁ ୨୭ରେ ମହାମହିମରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଭଦ୍ରକକଲେଜର ପ୍ଲାଟିମ୍ ଜୁବୁଲିଉତ୍ସବ ଦୁଇଦିନଧରି ଚାଲିବ। ପ୍ରଥମ ଦିନର […]

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]

୨୭ଜଣଙ୍କ ଅଭିଯୋଗଶୁଣିଲେ ଜିଲ୍ଲାପାଳ

ବାରଙ୍ଗ,୩।୭(ଏସଏସନିଉଜ) ବାରଙ୍ଗବ୍ଲକ  କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣି ଅଭିଯୋଗରେ କଟକ ଉପ-ଜିଲ୍ଲାପାଳ କମଲଜିତ ଦାସ ଉପସ୍ଥିତ ରହି ଆସିଥିବା୨୭ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ।ଅଭିଯୋଗ ଭିତରେ ରାସନ ଏକ ମୁଖ୍ୟ ସମସ୍ୟା ରହିଥିଲା। ଜୟପୁର ଏବଂ ମଧୁବନ ଗ୍ରାମର ଡିଲରଙ୍କ ଲାଇସେନ୍ସ ଦୀର୍ଘଦିନ ହେବ ନବୀକରଣ କରାଯାଉନଥିବା ଅଭିଯୋଗ ହୋଇଥିଲା।ସେହିପରି ଚଣ୍ଡୀପ୍ରସାଦ ଗ୍ରାମର ସମସ୍ତ ପିଡିଏସ ହିତାଧିକାରୀ ଦୀର୍ଘ ୫ କିଲୋମିଟର ଅତିକ୍ରମକରି ଦେଉଳି ଗ୍ରାମକୁ ରାସନପାଇଁ ଯାଉଥିବାର ମଧ୍ୟ […]

୫ପଞ୍ଚାୟତକୁ ଗଡିଲା ମୋବସ୍

ବାରଙ୍ଗ,୩ା୭(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଜନସାଧାରଣଙ୍କପାଇଁ ମାଷ୍ଟର କ୍ୟାଣ୍ଟିନଛକରୁ ଦାଢା,କଲ୍ୟାଣପୁର, ବରିମୁଣ୍ଡ, ଇଞଣା,ରଘୁନାଥପୁର ଆଦି ୫ପଞ୍ଚାୟତକୁ ସୋମବାର ମୋବସ୍ ସେବା ଶୁଭାରମ୍ଭ କରାଯାଇଛି।ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତକୁମାରରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପତକା ଦେଖାଇ ମୋବସ୍ ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନରୁ ଗୋଟିଏବସ୍ ସକାଳସମୟରୁ ବାହାରି ରସୁଲଗଡ ,ହାଇଟେକଛକ ଦେଇ ମଞ୍ଚେଶ୍ବରଗାଁ ଦେଇ ଜରିପାଟଣା, ବରିମୁଣ୍ଡ,କଲ୍ୟାଣପୁର,ଗଣ୍ଡରପୁର,ବାଲିପଡା,କେନ୍ଦୁପାଟଣା ବାରଙ୍ଗବ୍ଲକର କାନପୁରଛକ ଦେଇ ଶ୍ରୀବନ୍ତପୁର,କଣ୍ଟାପାଟଣା,ବାରଙ୍ଗ ବ୍ଲକ,ବାରଙ୍ଗଥାନାଦେଇ ନନ୍ଦନକାନନଛକ ଦେଇ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନ ଛକରେ ପୁଣି ପହଞ୍ଚିବ।ପ୍ରତିଦିନ ଏହି ରୁଟରେ […]

ମେଣ୍ଢାଶାଳଫାଣ୍ଡିପାଇଁ ଭୁମିପୁଜନ

ମେଣ୍ଢାଶାଳ ,୨୯ା୬(ଏସଏସନିଉଜ)ବାହୁଡାଯାତ୍ରାରେ ଗିରଙ୍ଗାପୁଟ ପାଖରେ ମେଣ୍ଢାଶାଳ ଫାଣ୍ଡିପାଇଁ ଭୁମିପୁଜନ କରାଯିବାସହ କାମ ଆରମ୍ଭ ହୋଇଛି ।ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳଠାରେ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା ।ପ୍ରାଥମିକ ପର୍ଯ୍ୟାୟରେ ଡେରାସ ସରକାରୀ କୃଷିପାର୍ମର ଏକ ପରିତ୍ୟକ୍ତ ଟିଣଘରେ ଏହା କାର୍ଯ୍ୟକରିଥିଲା ।ବାତ୍ୟାଫନିରେ ଉକ୍ତ ଘରଟିଭାଙ୍ଗିଯିବାପରେ ଏକ ସରକାରୀ ବିଦ୍ୟାଳୟର ପରିତ୍ୟକ୍ତ ଘରେ ଫାଣ୍ଡି ଚାଲିଥିଲା ।ତେବେ ଗିରିଙ୍ଗାପୁଟ ପାଖରେ ଜାଗା ଚିହ୍ନଟ ପରେ ନୁଆକରି ଫାଣ୍ଡିଘର ପାଇଁ ବାହୁଡାଯାତ୍ରାରେ ଭୁମିପୁଜନ ସହ କାମଆରମ୍ଭ ହୋଇଥିବାର ଜଣାପଡିଛି […]

ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ 

ଭୁବନେଶ୍ବର,୨୯ା୬(ଏସଏସନିଉଜ) ରାତିଅଧରେ ରାଜଧାନୀ ଅଶାନ୍ତ ହୋଇପଡିଛି ।ବୁଧବାର ରାତିଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।ଗୁଳିମାଡରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ ଆହତ ହୋଇଛନ୍ତି ।ଶିଖରଙ୍କ ବାମଗୋଡ଼ ଆଣ୍ଠୁ ତଳେ ଓ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି।ଆହତଙ୍କୁ ଚିକିସ୍‌ାପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି ।ଏହିଘଟଣାରେ ଲକ୍ଷ୍ମୀସାଗରଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିବାସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ରାତି୧୧ଟା […]

ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । […]

ନନ୍ଦନକାନନରେ ପାର୍କିଂ ଅବ୍ୟବସ୍ଥା

ବାରଙ୍ଗ,୨୭ା୬(ଏସଏସନିଉଜ)ପୁଣି ନନ୍ଦନକାନନରେ ଅବ୍ୟବସ୍ଥା ଦେଖାଦେଇଛି ।ପରିଚାଳନାଗତ ତୃଟି ଯୋଗୁ ନନ୍ଦନକାନନ ନିଜେ ଏବେ ପାର୍କିଂବ୍ୟବସ୍ତାକୁ ସମ୍ଭାଳିବାକୁ ଆରମ୍ଭ କରିଛି ।ଅଧିକ ଲାଭପାଇଁ ଟେଣ୍ଡରକୁ ଦେଇଥିବା ବହୁତଳପାର୍କିଂ ବ୍ୟବସ୍ଥାକୁ ନେଇଥିବା ଠିକାଦାର ଫେରାଇଦେବାପରେ ମଙ୍ଗଳବାରଠାରୁ ନନ୍ଦନକାନନ ନିଜ ଆୟତକୁ ନେଇ ନିଜେ ଚଳାଇବା ଆରମ୍ଭ କରିଛି ।ଘରୋଇକରଣରେ ଦିଆଯାଇଥିବା ବହୁତଳପାର୍କିଂ ବ୍ୟବସ୍ଥା ପୁଣିଥରେ ନନ୍ଦନକାନନ ହାତକୁ ଫେରିଆସିଛି । ବ୍ୟବସାୟିକ କ୍ଷତି ସହ ନନ୍ଦନକାନନ ପକ୍ଷରୁ ଅସହଯୋଗ କରାଯାଇଥିବାର ଦର୍ଶାଇ ନେଇଥିବା ଠିକାଦାର ମୁହଁ ଫେରାଇନେଇଛନ୍ତି ।ଯାହାଫଳରେ ନନ୍ଦନକାନନ […]