Browsing category

ରାଜନୀତି

ଟ୍ରେନ ପରେ ବସ ଦୁର୍ଘଟଣା

ଭୁବନେଶ୍ୱର,୩ା୬(ଏସଏସନିଉଜ) ବାହାନଗା ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କିଛିଯାତ୍ରୀ ବାଲେଶ୍ୱରରୁ ପଶ୍ଚିମବଙ୍ଗ ବସ ଯୋଗେ ଫେରୁଥିବାବେଳେବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମେଦିନୀପୁରରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି ।ବସ୍ ଦୁର୍ଘଟଣା ପରେ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।ତେବେ ବାହାନଗା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍‌ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛିା

ଭୁବନେଶ୍ୱର ଆସିବ ୧୬୦ ମୃତଦେହ

ଭୁବନେଶ୍ୱର ,୩ା୬(ଏସଏସନିଉଜ)ଭୁବନେଶ୍ୱର ଆସିବ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ।ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହ ଭୁବନେଶ୍ୱରକୁ ଅଣାଯିବାଏବେସୁଦ୍ଧା ୨୮୮ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶେଷ ବଗିର ଉଦ୍ଧାରକାର୍ଯ୍ୟ ଚାଲିଛି। ଏବେସୁଦ୍ଧା ୩୦/୪୦ ମୃତଦେହ ଚିହ୍ନଟ ହେବାସହ ପରିବାର ଲୋକ ନେଲେଣି । ବାଲେଶ୍ୱରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତଜାଗା ନଥିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଡଛିପ୍ରଶାସନ ।ପରିବାର ଲୋକେ ମୃତ ଶରୀରକୁ ଚିହ୍ନଟ ନ କରିବା ଯାଏ ଶବାଗାରରେ ରଖାଯିବ। ଏମ୍ସ ଓ ଭୁବନେଶ୍ୱରର […]

ବାଲେଶ୍ୱର ମେଡିକାଲରେ ମୋଦୀ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ମେଡିକାଲ ରେ ମୋଦୀ ପହଂଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି lଏହାସହ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି।ଏହାପରେ ବାହାନଗା ରେଳଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି।ସେ କହିଛନ୍ତି ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।

ଆଜି ଓଡ଼ିଶାଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩।୬(ଏସଏସ ନିଉଜ)ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି lପ୍ରଥମେ ବାଲେଶ୍ବର ରେଳ ଦୁର୍ଘଟଣାସ୍ଥଳକୁ ଯିବେ।ପରେ SCB ମେଡିକାଲରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ lଦିନ ୧୨ ଟାରେ ଦିଲ୍ଲୀରୁ ବାହାରିବେ ।ଭୁବନେଶ୍ୱର ବିମାନବନ୍ଦରରେ ୨.୩୦ରେ ପହଞ୍ଚିବେ ।ହେଲିକପ୍ଟରରେ ସିଧାସଳଖ ଘଟଣାସ୍ଥଳକୁ ଯିବେ। ପୁଣି ଭୁବନେଶ୍ୱର ଫେରି ତାପରେ କଟକ ଯିବାର ପ୍ରାରମ୍ଭିକ ସୂଚନା ମିଳିଛି ।

କାନ୍ଦବୋବାଳିରେ ଫାଟିପଡ଼ୁଛି ପୂରାଅଞ୍ଚଳ

ଭୁବନେଶ୍ୱର,୩।୬(ଏସଏସନିଉଜ)ବାଲେଶ୍ୱର ବାହାନଗା ରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଯୁଆଡ଼େ ଦେଖିଲେ ମୃତଦେହ ନଜରକୁ ଆସୁଛି ।କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ।ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିଏ ପୂରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ଓ କିଏ ନିଜ ପିଲାଙ୍କୁ ହରାଇ କାନ୍ଦୁଛି।ଏବେ ବି ବଗି ତଳେ ଚାପି ହୋଇ ରହିଥିବା ସନ୍ଦେହ କରି ପରିବାର ଲୋକଙ୍କୁ ଖୋଜୁଛନ୍ତି । ଲୋକଙ୍କର ପତ୍ତା ମିଳୁନି କିନ୍ତୁ, ଟ୍ରେନ ଟିକେଟ ଲୋକଙ୍କ […]

ଅବସର ନେଲେ ପ୍ରମୋଦସାର

ବାଲିଅନ୍ତା,୧।୬(ଏସଏସ ନିଉଜ)ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ତାଙ୍କର ୪୨ବର୍ଷୀୟ ତ୍ୟାଗପୁତ କର୍ମମୟ ଜୀବନର ଅବସାନ ବୁଧବାର ଘଟିଛି।ତାଙ୍କ ସଂମାନରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଗଣେଶ କରଣ ଅଧକ୍ଷତା କରିଥିଲେ।ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ,ମୋ ସ୍କୁଲ ଅଧକ୍ଷ ମହେଶ ଚନ୍ଦ୍ର ରାୟ,ସମ୍ପାଦକ ନୃସିଂହ ଚରଣ ଜେନା,ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ଜେନା,ଏସଏମସି ଅଧକ୍ଷ ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ଶିକ୍ଷକ […]

ନ୍ୟାୟ ନମିଳିଲେ ରାସ୍ତାକୁ ଆସିବେ ଗ୍ରାମବାସୀ

ବାରଙ୍ଗ,୧ା୬(ଏସଏସନିଉଜ) ମୁଣ୍ଡଳିବ୍ୟାରେଜର ଶେଷରେ ଥିବା ଟୁଲଗେଟଗତ କିଛିଦିନ ତଳେ ଛତିଶଗଡ ଯାତ୍ରୀଙ୍କୁ ଟଙ୍କାଆଦାୟ କରିବାକୁନେଇ ଦେଖାଦେଇଥିଲା ବିବାଦ ।ଟୁଲଗେଟ କର୍ମଚାରୀମାନେ ଟଙ୍କଆଦାୟକରିବାକୁନେଇ ପର୍ଯ୍ୟଟକମାନଙ୍କୁ ମାରଧରକରିବାକୁ ପଛାଇନଥିଲେ ।ଶେଷରେ ପ୍ରଶାସନ ପକ୍ଷରୁ ଏହି ଟୁଲଗେଟକୁ ସାମୟିକଭାବେ ବନ୍ଦ କରାଯାଇଥିଲା ।ତେବେ ଏହି ଘଟଣାକୁ ମୁଣ୍ଡଳୀ ପଂଚାୟତବାସୀ ସହଜରେ ଗ୍ରହଣ କରିପାରୁନାହନ୍ତି ।ସେମାନଙ୍କ ଅଭିଯୋଗ ହେଲେକି ଏହି ଟୁଲଗେଟ ସହ ମୁଣ୍ଡଳୀ ପଂଚାୟତର କୈାଣସି ସର୍ମ୍ପକ ନାହିଁ ।ବାରଙ୍ଗବ୍ଲକ ,କମିିସିନେରେଟପୋଲିସ ଓ ମୁଣ୍ଡଳୀ ପଂଚାୟତ ସୀମାରେ ଏହି ଗେଟ ନାହିଁ […]

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧।୬(ଏସଏସନିଉଜ)ଚାରିଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନେପାଳୀ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜ ଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆମ୍ବୁଲାନକୁ ନେଇ ରାଜନିତୀ

ବାରଙ୍ଗ.୩୧ା୫(ଏସଏସନିଉଜ) ମଧୁପୁର ପଂଚାୟତ କାଯ୍ୟାଳୟ ପରିସରରେ ରହୁଥିବା ଦୁଇଟି ଆମ୍ବୁଲାନ୍ସକ ନେଇ ଏବେ ରାଜନିତୀ ଆରମ୍ଭ ହୋଇଯାଇଛି ।ସ୍ଥାନିୟ ସରପଂଚ ଆମ୍ବୁଲାନ୍ସ ନରହିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଆଉଗୋଟିଏ ପକ୍ଷ ଆମ୍ବୁଲାନ୍ସ ରହିବାନେଇ ବୁଧବାରଦିନ ପଂଚାୟତ କାର୍ୟ୍ୟାଳୟ ଆଗରେ ହୋହାହ୍ଲା କରିଛନ୍ତି ।ଆଗକୁ ସାଧାରଣ ନିର୍ବାଚଣ ଆସୁଥିବାରୁ ଏହି ଘଟଣା ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଅଗଷ୍ଟ ୨୦୨୧ ମସିହାରୁ ସେ ସମୟର ସରପଂଚ ସୁମିନା ପ୍ରଧାନଙ୍କ ସିକୃତି ମୁତାବକ ଗୋଟିଏ ଜନନୀସୁରକ୍ଷାଗାଡି […]

କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ 

  ଭୁବନେଶ୍ୱର,୨୯।୫(ଏସଏସନିଉଜ)ରାଜ୍ୟ କ୍ୟାବିନେଟରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି।ଏହି ବିଶ୍ୱ ବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କା ମଞ୍ଜୁର,ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ, ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ l