Browsing category

ଖେଳ

ଦୁଲୁକିବ ବାରବାଟୀ

କଟକ,୧୧।୧(ଏସଏସ ନିଉଜ) ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ହେବ।ଉଦଘାଟନ ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍।ଏହି ଉଦଘାଟନ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍ ଷ୍ଟାର୍ ରଣବୀର, ଦିଶା ଓ ପ୍ରୀତମ।ଉଦଘାଟନୀ ଉତ୍ସବ ପାଇଁ ଦିନ ୧ଟାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ

ଭୁବନେଶ୍ୱର,୧୦।୧(ଏସଏସ ନିଉଜ)ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ ହେବ।ଦୁଲୁକିବ ବାରବାଟୀ ଷ୍ଟାଡିୟମ। ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ।ଏଥିପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ।ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ।-ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି। ହକିବିଶ୍ୱକପ ପାଇଁ ରାଉର କେଲା ଓ ଭୁବନେଶ୍ୱର ରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା ହୋଇଛି […]

ଓଡିଆପୁଅ ବାଛିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର,୭ା୧(ଏସଏସନିଉଜ) ବିସିସିଆଇ ସିନିୟର ଚୟନକର୍ତ୍ତାକମିଟି ଘୋଷଣା କରାଯାଇଛି ।ଏଥିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର ଦାସ ।ବିସିସଆଇସିନିୟର ଚୟନକମିଟିର ଚୟନକର୍ତ୍ତାଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କସହ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ମଧ୍ୟ ଚୟନକର୍ତ୍ତା ହୋଇଥିବାବେଳେ ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା ।

ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ

ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।

ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ !

ଭୁବନେଶ୍ୱର,୫।୧(ଏସଏସ ନିଉଜ)ବିଶ୍ୱର ସର୍ବବୃହତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ଏକକୋଟି ଟଙ୍କାର ପୁରସ୍କାର ରାଶି ମିଳିବ।ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି ।

ହକିଷ୍ଟାଡିୟମ ଉଦଘାଟନ କରିବେ ନବୀନ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମ

ଭୁବନେଶ୍ୱର,୪ା୧(ଏସଏସନିଉଜ)ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମା ପ୍ରଥମ ବିଦେଶୀଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି । ୧୦ତାରିଖରେ ରାଉରକେଲା ଗସ୍ତକରି ୧୪ରେ ମ୍ୟାଚ ଖେଳିବ ।

ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର,୩।୧(ଏସଏସନିଉଜ) ଚଳିତ ଋତୁର ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା ।ଆଜିଠାରୁ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ‘ଏ’ରେ ଥିବା ସବୁଠାରୁ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍ ଖେଳିବ।ଘରୋଇ ପଡ଼ିଆରେ ଏହା ଓଡ଼ିଶା ଦଳର ହେବ ୩ୟ ମ୍ୟାଚ୍ ।

ବିଶ୍ବକପ ହକିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ) ବିଶ୍ବକପ ହକି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ । ମମତା ଜରୁରୀ କାମରେ ବ୍ୟସ୍ତଥିବାରୁ ପଶ୍ଚିମବଙ୍ଗ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମାଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ଶ୍ରୀକାନ୍ତସାହୁା

ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବିଶ୍ବକପ ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସେଠାକୁ ଯାଇ ପଞାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।