ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ

ଭୁବନେଶ୍ୱର,୧୦।୧(ଏସଏସ ନିଉଜ)ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ ହେବ।ଦୁଲୁକିବ ବାରବାଟୀ ଷ୍ଟାଡିୟମ। ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ।ଏଥିପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ।ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ।-ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି।
ହକିବିଶ୍ୱକପ ପାଇଁ ରାଉର କେଲା ଓ ଭୁବନେଶ୍ୱର ରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା ହୋଇଛି ।ମୋବାଇଲ ହେଲଥ ୟୁନିଟ, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଉପଲବ୍ଧ କରାଯିବ।ରାଜ୍ୟରେ ବହୁ ମାତ୍ରାରେ ଟେଷ୍ଟ ହେଉଛି,ଅଳ୍ପ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି,ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

Comments (0)
Add Comment