ସିବିଏସ୍‌ଇରେ ବାଜିମାତ ମାରିଲେ ପିୟୁସ , ରଖିଲେ ୯୯.୨% ମାର୍କ, ହେବେ ଡାକ୍ତର

ଚନ୍ଦ୍ରଶେଖରପୁର,୪/୮(ଏସଏସନିୟୁଜ) ସିବିଏସ୍‌ଇ ରେଜଲ୍‌ଟ ପ୍ରକାଶ ପାଇଥିବା ବେଳେ ଏଥିରେ ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସଜେନା ବାଜିମାତ୍ ମାରିଛନ୍ତି । ସେ  ୯୯.୨% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସଜେନାପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋରଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ଅଟନ୍ତି।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ ଛାତ୍ର ଅଟନ୍ତି। ତେବେ ରେଜଲ୍‌ଟ ପ୍ରକାଶ ପାଇବା ପରେ ପିୟୁସ୍ ଙ୍କୁ  ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ପିୟୁସ ଆଗକୁ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି।

 

Comments (0)
Add Comment