ଚାଲିଗଲେ ଅଜିତ୍ ଦାସ

ଭୁବନେଶ୍ୱର,୧୩/୯(ଏସଏସ ନିୟୁଜ )ଓଡ଼ିଆ ସିନେଜଗତ ଜଣାଶୁଣା ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। କିଛିଦିନ ତଳେ କୋଭିଡ୍ ସଂକ୍ରମିତ ହୋଇଥିଲେ ।ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୧୯୭୬ ମସିହାରେ ‘ସିନ୍ଦୁରବିନ୍ଦୁ’ ଫିଲ୍ମ ଜରିଆରେ ସେ କ୍ୟାରିୟର ଆରମ୍ଭ କରିଥିଲେ । ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ଉତ୍କଳ ସଂଗୀତ ବିଶ୍ୱ ବିଦ୍ୟାଳୟର ଡ୍ରାମା ବିଭାଗ ଅଧ୍ୟାପକ ମଧ୍ୟ ଥିଲେ ।ତାଙ୍କର ଅନ୍ୟ ରୋଗ ସହ କୋଭିଡ୍ ରେ ଆକ୍ରାନ୍ତ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇବାପରେ ବହୁ ସିନେ କଳାକାର ଆସି ପହଞ୍ଚିଥିଲେ ।

Comments (0)
Add Comment