ଚାଲିଗଲେ ପ୍ରଭାକର…

ବାରଙ୍ଗ,୨୭/୨(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ ଭୂବନେଶ୍ୱର ବ୍ଲକ ଅର୍ନ୍ତଗତ ରଘୁନାଥପୁର ଗ୍ରାମର ବୟୋଜ୍ୟେଷ୍ଟ ମୁରବୀ ପ୍ରଭାକର ରାଉତ(୭୮)ବର୍ଷ ବୟସରେ ପରଲୋକ ଘଟିଛି ।ଏହି ଖବର ଜଣାପଡିବାପରେ ରଘୁନାଥପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗତ କିଛିଦିନ ହେବ ଶାରରିକ ଅସୁସ୍ଥତା ଯୋଗୁ ସେ ଘରେ ରହି ଚିକିସ୍‌ିତ ହେଉଥିଲେ ।ଶନିବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛିା ମୃତ୍ୟୁଖବର ପାଇ ରଘୁନାଥପୁର ଓ ଆଖପାଖ ଗ୍ରାମର ବହୁ ମୁରବୀ.ବୁଦ୍ଧିଜିବୀମାନେ ଆସି ତାଙ୍କର ଶେଷଦର୍ଶନ କରିଥିଲେ । ମୃତ୍ୟୁଶର୍ଯ୍ୟାରେ ଭାଇ ଧନେଶ୍ୱର,ଝିଅ ଖୋଲଣା,ବଡପୁଅ ଗଙ୍ଗାଧର,ସିଦ୍ଧେଶ୍ୱର, ବିମ୍ବାଧର,ବିଦ୍ୟାଧର,ଗଦାଧର ,ଚକ୍ରଧର,ବୋହୁମାନଙ୍କ ସହ ନାତିନାତୁଣୀ ,ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ ।ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗ୍ରାମପରିକ୍ରମା କରାଯାଇ ଗ୍ରାମଶଶ୍ମାନକୁ ନିଆଯାଇଥିଲା । ବଡପୁଅ ଗଙ୍ଗାଧର ମୁଖାଗ୍ନି ଦେଇଥିଲେ ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment