ଚାଲିଗଲେ ସୁରଜ

ମେଣ୍ଢାଶାଳ,୧/୧୧(ଏସ୍‌ଏସ୍‌ନିୟୁଜ) ମେଣ୍ଢାଶାଳ ଗ୍ରାମର ବଡ଼ଜେନା ପରିବାରର ଜ୍ୟେଷ୍ଠ ପୁତ୍ର ତଥା ବୟୋଜ୍ୟେଷ୍ଠ ସାମ୍ବାଦିକ ପଦ୍ମଲୋଚନ ବଡଜେନାଙ୍କ ବଡପୁଅଙ୍କର ସୁରଜବଡଜେନା(୫୩) ଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌ିତ ହେଉଥିଲେ । ସେଠାରେ ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ଭୁବନେଶ୍ୱରର ଏକ କୋଭିଡଡାକ୍ତରଖାନାକୁ ଅଣାଯାଇ ଥିଲା । ସେଠାରେ ଗତ ୫ଦିନ ହେବ ଚିକିସ୍‌ା ପରେ ସ୍ୱାସ୍ଥ୍ୟରେ ସୁଧାର ଆସିନ ଥିଲେ ମଧ୍ୟ କୋଭିଡରେ ଆକ୍ରାନ୍ତ ଥିବାର ଦୁଇଦିନ ତଳେ ଜଣାପଡିଥିଲା ।ତେବେ ଚିକିସ୍‌ାରେ ରହିଥିବାବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିବାର ପରିବାର ପକ୍ଷରୁ କୁହାଯାଇଛି ।ସୁରଜ କଳିଙ୍ଗନଗରେ ରହୁଥିବାବେଳେ ଠିକାଦାରୀ କାମ କରୁଥିଲେ । ସୁରଜ ମେଳାପି ,ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କର ଅକାଳବିୟୋଗରେ ମେଣ୍ଢାଶାଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment