ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

କଟକ,୮/୬(ଏସ ଏସ ନିୟୁଜ) ଏନଏଚ୍ ରେ ଯାଉଥିବା ମାଛଗାଡିରୁ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଉଳିଆଗଞ୍ଜ ଥାନା ପେଲିସ ହାତରେ ଧରାପଡିଛନ୍ତି ୫ ଯୁବକ ।ସେମାନଙ୍କଠାରୁ ପୋଲିସ ଗୋଟିଏ ଦେଶି ରିଭଲଭର, ଗୋଟିଏ ଏୟାର ପିସ୍ତଲ, ଗୋଟିଏ ଫୋଲ୍ଡିଂ ଛୁରୀ,ଗୋଟିଏ ଲୁହା ବାଡ଼ି ,ଗୋଟିଏ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ତ-୪୪୬୨, ଗୋଟିଏ ଣବଜ୍ଞବଷବ ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ଇଝ-୬୨୧୪ , ଏକ ହୋଣ୍ଡା ସ୍କୁଟର ଯାହାର ନମ୍ବର ଙଊ-୦୫-ଇତ-୦୩୬୨ କୁ ଜବତ କରିବା ସହ ୨୦୬/୨୧ କେଶ ନମ୍ବର ରେ ଏକ ମକଦମା ରୁଜୁକରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ,ଗତ ୭ତାରିଖ ରାତିରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ପୋଲିସ ବିଦ୍ୟାଧରପୁର ତେଲି ସାହି ଫିଲ୍ଡ ଉପରେ ଚଢ଼ାଉ କରିଥିଲା ।ସେଠାରେ ପୂର୍ବ ପ୍ରସ୍ତୁତ ଅନୁଯାଇ ୫ଜଣ ଯୁବକ ଯେଉଁମାନେ ଏନ ଏଚ -୫୫ରେ ପରିବହନ କରୁଥିବା ମାଛ ଗାଡିଗୁଡିକରୁ ଡକାୟତି କରିବାକୁ ଯୋଜନା କରୁଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ସେମାନେ ଚଉଳିଆଗଞ୍ଜ ଥାନା ଅଞ୍ଚଳରେ ଅନେକ ଚୋରି କରିଥିବାର ଜଣିବାକୁ ପାଇଥିଲେ।ଏହାସହ ବିଭିର୍ଣ ସମୟରେ ଚୋରି କରିଥିବା ଆଠଟି ୧୨ ଭୋଲ୍ଟ ବେଟାରି କୁ ପୋଲିସ ସେମାନଙ୍କଦ୍ୱାରା ଉଦ୍ଧାର କରିଥିଲେ । ଗିରଫ ହୋଇଥିବା ଯୁବକ ହେଲେ ବିଦ୍ୟାଧରପୁର ତଳମଣ୍ଡପ ସାହିର ମିଲନ୍ ଓରଫ ବିଶ୍ୱଜିତ୍ ମହାରଣା (୨୩),ପୋତାପୋଖରୀର ଗେଡା ଓରଫ ସୁଧୀର ଦାସ (୨୧), ଗୋପାବନ୍ଧୁ ନଗରର ବାବୁ ଓରଫ ବିନୋଦ କୁମାର ସ୍ୱାଇଁ, ଛକା ସାହିର ଜଗା ଓରଫ ଦେବସିସ୍ ମହାରଣା (୨୧), ଓ ଏମ ପି ବସ୍ତିର ନନ୍ଦା ଓରଫ ଅଜୟ ଦେହୁରୀ (୨୫)।

Comments (0)
Add Comment