ଚିନ୍ମୟୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର

ବେଲଗୁଣ୍ଠା,୯/୩(ଏସଏସନିୟୁଜ)ଚିନ୍ମୟୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର Iଚିନ୍ମୟୀ ହେଉଛନ୍ତି ବେଲଗୁଁଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ଛାତ୍ରୀ ଓ ବେଲଗୁଣ୍ଠା ନିକଟସ୍ଥ ଚଢେୟାପଲ୍ଲୀ ଗ୍ରାମର ରାମକ୍ରିଷ୍ଣ ରାଉତ ଏବଂ ସସ୍ମିତା ରାଉତଙ୍କ ସୁପୁତ୍ରୀ ଚିନ୍ମୟୀ Iଗତ ହାଇସ୍କୁଲ୍ ବୋର୍ଡ଼ ପରୀକ୍ଷାରେ ଶତକଡ଼ା ୯୫ ପ୍ରତିଶତ ନମ୍ବର୍ ରଖି ଗଞ୍ଜାମ ଜିଲ୍ଲାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି I ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଟି ପଢ଼ାଅ ଓ ବେଟି ବଚାଓ କର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିନ୍ମୟୀଙ୍କୁ ମୋ ଗେହ୍ଲା ଝିଅ ପୁରସ୍କାର ୫୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ I

 

Comments (0)
Add Comment