ଚୋରା ଶାଗୁଆନ କାଠ ଜବତ, ୨ଗିରଫ

ବାରଙ୍ଗ,୪/୫(ଏସଏସନିୟୁଜ)ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରି ଏକ କାଠ ବୋଝେଇ ଗାଡ଼ି ସମେତ ୨ ଜଣଙ୍କୁ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛି।ସୂଚନାନୁସାରେ ମଙ୍ଗଳବାର ସକାଳେ ବାଙ୍କୀ ଭଗିପୁର ଗ୍ରାମରୁ ବାରଙ୍ଗ ବ୍ରାହ୍ମଣୀ ଗାଁ କୁ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରିଥିଲା।ଚଢାଉ କରି ୧୦ କ୍ଵିଣ୍ଟାଲ ଶାଗୁଆନ କାଠ ଏବଂ ଚୋରା ଚାଲାଣ ରେ ବ୍ୟବହୃତ ଓଡି ୦୪ ପି ୩୯୩୯ ନମ୍ୱର ର ଏକ ମାରୁତି ସୁପର କ୍ୟାରି ଗାଡ଼ିକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିଲା ।ସେମାନେ ହେଉଛନ୍ତି ବାରଙ୍ଗ ରତାଗଡର ବାପି ଜେନା,ଯାଜପୁର କୋରେଇ ଅଞ୍ଚଳର ଦିଲୀପ ଧଳ ।ପରେ ବାରଙ୍ଗ ଥାନା ପୋଲିସ କାଠ ବୋଝେଇ ଗାଡ଼ି ସମେତ ୨ଜଣଙ୍କୁ ଡମପଡ଼ା ବନବିଭାଗ କୁ ହସ୍ତାନ୍ତର କରିଛି।ଜବତ କାଠ ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଡମପଡା ରେଞ୍ଜର ଅଶୋକ ଦାସ ସୂଚନା ଦେଇଛନ୍ତି।

Comments (0)
Add Comment