ଛୁଆକୁ ଧରି ନଦୀକୁ ଡେଇଁଲା ମା

ଆଳି,୫।୪(ଏସଏସନିଉଜ)ସ୍ବାମୀ ଆଗରେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁପଡ଼ିଲେ ସ୍ତ୍ରୀ।
ଗଡ଼ଗଡି ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଥିଲେ।ନଦୀରୁ ମା’ଛୁଆଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ମା’ଛୁଆଙ୍କୁ କେନ୍ଦ୍ରାପଡା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।ମହିଳା ଖନ୍ଦୋଳ ଗାଁର ହୋଇଥିବା ବେଳେ , ପାରିବାରିକ କଳହରୁ ଡେଇଁପଡ଼ିଥିବା ସୂଚନା ମିଳିଛି।

Comments (0)
Add Comment