ସିଏମ୍ ହେବ ତ ଏମିତି !

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ସିଏମ୍ ହେବ ତ ଏମିତି । ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପାଦଛୁଇଁ ସମ୍ମାନ ଜଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଆନ୍ଧ୍ରପ୍ରଦେଶର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଦଧରି ମୁଣ୍ଡିଆ ମାରିଛନ୍ତିା ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ସମୟରେ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Comments (0)
Add Comment