କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା

ଖବର ଆଜିର,ତାରିଖ ୧୫-୦୧-୨୦୨୧ ଶୁକ୍ରବାର

୧-କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ।
୨-ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ୨୯ରୁ : ଫେବୃୟାରୀ ପହିଲାରେ ଆଗତ ହେବ ବଜେଟ ।
୩-ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।
୪-ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କଲା ଆମେରିକାର । ସିନେଟରେ ପାରିତ ହେଲେ ରାଷ୍ଟ୍ରପତି ପଦରୁ ବହିଷ୍କାର ହେବେ ଡୋନାଲ୍ଡ ଟ୍ରମ୍ପ ।
୫-ଜାନୁଆରୀ ୧୬, ସକାଳ ୧୦.୩୦ରେ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
୬-ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।
୭-ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
୮-ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ ।
୯-କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ ।
୧୦-ଜାନୁୟାରୀ ୩୧ରୁ ଆରମ୍ଭ ହେବ ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ।
୧୧-୨୩ ତାରିଖ ଯାଏ ଭିତରକନିକା ବନ୍ଦ, କୁମ୍ଭୀର ଗଣନା ପାଇଁ ୨୨ ଟିମ୍ ।
୧୨-୨୦୨୧ ଓଡ଼ିଆ ମହୋତ୍ସବ ଉଦ୍‌ଘାଟିତ: ଜମିଲା ମକର ଚାଉଳ ଓ ସଙ୍ଗୀତ ନୃତ୍ୟ ଆସର

Comments (0)
Add Comment