କାରୋନା ନେଳା ୧୦ଜୀବନ,ଆଉ ଚିହ୍ନଟ ହେଲେ୧୩୨୦

ଭୁବନେଶ୍ୱର,୨୫/୭ (ଏସଏସନିୟୁଜ) ଆଜି ଆଊ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।୬ ମୃତକଙ୍କ ମଧ୍ୟରୁ ଗଞ୍ଜାମଜିଲ୍ଲାରୁ ୨ଜଣ ୬୦ବର୍ଷୀୟ ପୁରୁଷ , ୩୦ ବର୍ଷୀୟ ଯୁବକନେଇ ୩, ବାଲେଶ୍ବଜିଲ୍ଲାରୁ ଜଣେ ୩୭ବର୍ଷୀୟ ପୁରୁଷ ଓ ଜଣେ ୬୦ ବର୍ଷୀୟ ମହିଳା, ସୁନ୍ଦରଗଡ଼ଜିଲ୍ଲାରୁ ୫୪ ବର୍ଷୀୟ ଓ ୬୦ବର୍ଷୀୟ ପୁରୁଷ କୁ ମିଶାଇ୨ ଜଣ ମୃତ, ଗଜପତିଜିଲ୍ଲାରୁ ଜଣେ ୩୭ ବର୍ଷାୟ ପୁରୁଷ , ରାୟଗଡ଼ାଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ଓ ଝାରସୁଗୁଡ଼ାଜିଲ୍ଲାରୁ ଜଣେ ୬୧ ବର୍ଷୀୟ ପୁରୁଷ ମୃତବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଉ ୨୪ ଜିଲ୍ଲାରୁ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଙ୍କ ମଧ୍ୟରେଗଞ୍ଜାମରୁ ୫୬୦, ଖୋର୍ଦ୍ଧାରୁ ୧୭୪, ପୁରୀ ଓ ଗଜପତିରୁ ୯୦ ଲେଖାଏଁ, ରାୟଗଡ଼ାରୁ ୬୫, କଟକ ଓ ସୁନ୍ଦରଗଡ଼ରୁ ୪୭ ଲେଖାଏଁ, କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ବାଲେଶ୍ୱର ଓ ଯାଜପୁରରୁ ୨୩ ଲେଖାଏଁ, ବରଗଡ଼ରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬, ନୂଆପଡ଼ାରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡି, କେନ୍ଦ୍ରାପଡ଼ା, ଦେବଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ପଜିଟିଭ୍ ବାହାରିଛି।ତନ୍ମଧ୍ୟରୁ ୮୮୭ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୩୩ଟି ସ୍ଥାନୀୟ ମାମଲା ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ରେ ପହଞ୍ଚିଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪,୪୬,୩୧୧ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୧୫,୨୦୦ ସୁସ୍ଥ ହୋଇଥିବା ବେଳେ ୮୬୫୦ ଆକ୍ଟିଭ୍ ମାମଲା ରହିଥିବା ବିଭାଗ ସୂଚନା ଦେଇଛି।

Comments (0)
Add Comment