କୋଭିଡ ନିୟମର ଉଲ୍ଲଂଘନକରି ହେଲା କଳସ ଯାତ୍ରା,

ଗଞ୍ଜାମ,୧୦/୫(ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସରକାର ଲକଡାଉନ୍ କରିଛନ୍ତି ।କୋଭିଡ ନୀୟମକୁ ପାଳନକରିବାକୁ ସରକାର ବାରମ୍ଭାର ସଚେତନ କରାଉଛନ୍ତି ।କିନ୍ତୁ କିଛି ଅମାନିଆମାନେ ଏହାକୁ ମାନୁନଥିବାର ଦେଖିବାକୁ ମିଳୁଛି ।କୋଭିଡ ନିୟମର ଉଲ୍ଲଂଘନକରି ଶହସହ ସଂଖ୍ୟାରେ ଏକାଠିହେବାଭଳି ଖବର ମିଳିଛି ।ଏହିଭଳି ଘଟଣା ଘଟିଛି ଗଞାମ ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ।ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ହୋଇଛି କଳସଯାତ୍ରା ।କୋଭିଡକଟକଣାକୁ ଫୁକରି ହୋଇଥିବା କଳସଯାତ୍ରାରେ ସାମିଲହୋଇଛନ୍ତି ଶହ ଶହ ସଂଖ୍ୟାରେ ମହିଳା । ମହିଳାମାନଙ୍କ ମୁହଁରେ ମାସ୍କନାହିଁ ଓ ସାମାଜିକ ଦୁରତା ମଧ୍ୟ ସେମାନଙ୍କ ମଧ୍ୟରେ ରହିନଥିବାର ଦେଖିବାକୁ ମିଳିଛି ।ଏହାଦ୍ୱାରା କରୋନା ସଂଜ୍ରାମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

Comments (0)
Add Comment