ସି.ପି.ଆଇ ପକ୍ଷରୁ ସେସୁ କାର୍ଯ୍ୟାଳୟ ଘେରାଉ

ଡେଲାଙ୍ଗ ୧୬/୧(ଏସ୍‌ଏସ୍‌ନିୟୁଜ) ସି.ପି.ଆଇ(ଏମ.ଏଲ) ଡେଲାଙ୍ଗ ବ୍ଲକ କମିଟିର ସଦସ୍ୟ ଓ ଶତାଧିକ ବିଦ୍ୟୁତ ଉପଭୋକ୍ତା ଡେଲାଙ୍ଗ ହାଟ ବଜାର ସ୍ଥିତ ସେସୁର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟକୁ ୫ ଦଫା ଦାବୀ ନେଇ ଘେରାଉ କରିଥିଲେ । ପଟ୍ଟନାକିଆ-ଡେଲାଙ୍ଗ ରାସ୍ତାର ବାଟ ମହାବୀର ମନ୍ଦିର ଠାରୁ ଏକ ବିଶାଳ ଶୋଭାଯତ୍ରା ବାହାରି ଡେଲାଙ୍ଗ ହାଟ ବଜାର ପରିକ୍ରମା କରିବା ସହିତ ସରକାରଙ୍କ ବିଦ୍ୟୁତ ସେବା ଘରୋଇ କରଣ ବନ୍ଦକରିବା,ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା, ସରକାରଙ୍କ ହାତରେ ବିଦ୍ୟୁତ ବିଭାଗ ଥିବା ସମୟରେ ଉପଭୋକ୍ତା ମାନଙ୍କ ଉପରେ ଥିବା ବକେୟା ଛାଡ କରିବା, ଉପଭୋକ୍ତା ମାନଙ୍କୁ ତ୍ରୁଟିପୂର୍ଣ୍ଣ ବର୍ଦ୍ଧିତ ଦେୟ(ବିଲ) ଆଦି ସମ୍ପର୍କରେ ନାରାବଜି ଦେଇ ସେସୁ କାର୍ଯ୍ୟାଳୟ ଘେରାଉ କରିଥିଲେ । ସି.ପି.ଆଇ(ଏମଏଲ) ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସି.ପି.ଆଇ(ଏମଏଲ) ରାଜ୍ୟସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ରାଜ୍ୟକମିଟି ସଦଶ୍ୟ କିଶାନ ପଟ୍ଟନାୟକ,ଲିଟୁଦେବ ସୁବୁଦ୍ଧି,ରାମଚନ୍ଦ୍ର ମହାରଣା,ତ୍ରୀଲୋଚନ ବେହେରା ପ୍ରମୁଖ ଉପସ୍ଥିଥିଲେ । ଶ୍ରୀ ପ୍ରଧାନ ବିଦ୍ୟୁତ ବିଭାଗ ଘରୋଇ କରଣ ହେବାପରେ ସାଧାରଣ ଉପଭୋକ୍ତା ମାନଙ୍କୁ କିପରି କମ୍ପାନି ମାନେ ଲୁଟ୍ କରୁଛନ୍ତି ସେଦିଗରେ ବିସ୍ତୃତ ଆଲୋକପାତ କରିଥିଲେ । ସେସୁ କୁ ଟାଟା କମ୍ପାନୀ କୁ ବିକ୍ରିକଲେ ଉପଭୋକ୍ତାମାନେ ଆହୁରି ଅଧିକ ହଇରାଣ ହରକତ ହେବେ ବୋଲି କହିବା ସହିତ ଦୀର୍ଘ ସ୍ଥାୟୀ ଅନ୍ଦୋଳନ କରିବା ପାଇଁ ଜନସଧାରଣକୁ ଆହ୍ୱାନ କରିଥିଲେ । ବିଦ୍ୟୁତ ବିଭାଗ ଘରୋଇ କରଣ ବନ୍ଦ କରି ସରକାର ବିଭାଗର ଦାୟିତ୍ୱ ହାତକୁ ନିଅନ୍ତୁ,ଟାଟା କମ୍ପାନୀ ସହିତ ହୋଇଥିବା ସେସୁର ବୁଝାମଣା ରଦ୍ଦ କରା ଯାଉ,ଓ.ଏସ.ଇ.ବି ସମୟରେ ଥିବା ବିଦ୍ୟୁତ ଉପଭୋକ୍ତା ମାନଙ୍କର ସମସ୍ତ ବକେୟା ସମ୍ପୂର୍ଣ୍ଣ ଛାଡ କରାଯାଉ,ଚାଇନାରୁ ଆସୁଥିବା ଶସ୍ତା ଓ ଅକାର୍ଯ୍ୟକାରୀ ମିଟର ପରିବର୍ତେ ଲାବର ଟୋରିରେ ପରିକ୍ଷା କରି ପ୍ରତ୍ୟେକ ଘରେ ମିଟର ଲଗାଯାଉ ଆଦି ସମ୍ପର୍କରେ ଏକ ୫ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରିଙ୍କ ଉଦେଶ୍ୟରେ ଅଶୋକ ପ୍ରଧାନ ଓ କିଶନ ପଟ୍ଟନାୟକ ସେସୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାବତଙ୍କୁ ପ୍ରଦାନ କରିଥିଲେ । ଆଇନ୍‌ଶୃଙ୍ଖଳା ରକ୍ଷା କରିବା ପାଇଁ ଡେଲାଙ୍ଗ ଥାନା ଏ.ଏସ .ଆଇ ଭ୍ରମର ବର ପାଇଟିଆଳଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ।

Comments (0)
Add Comment