ସାଇକେଲ ଚୋରୀ କରି ବନ୍ଧା ହେଲେ

ବାରଙ୍ଗ,୨୧/୪(ଏସ ଏସ ନିଉଜ)ଜଣେ ମହିଳାଙ୍କ ସାଇକେଲ ଚୋରି କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ ଚନ୍ଦକା ଥାନା ଚୁଡ଼ଙ୍ଗ ଅଞ୍ଚଳର ଜଣେ ମହିଳା ସୋମବାର ବାରଙ୍ଗ ଥାନା ଦାଢ଼ାପାଟଣା ଗ୍ରାମରେ କାମ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସାଇକେଲ ଚୋରି କରିନେଇଥିବା ମହିଳା ଜଣକ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାରଙ୍ଗ ପୋଲିସ ତଦନ୍ତ କରି ଦାଢ଼ାପାଟଣା ଗ୍ରାମର ସୋମୁ ଓରଫ ସୌମ୍ୟରଞ୍ଜନ ରାଉତଙ୍କୁ ଗିରଫ କରିବା ସହ ଚୋରି ସାଇକେଲ କିଣିଥିବା କବାଡ଼ିଆ ଦୋକାନୀ ଜଗଦୀଶ ମୌର୍ଯ୍ୟଙ୍କ ଠାରୁ ସାଇକେଲ ଜବତ କରିଛି।ଏନେଇ ବାରଙ୍ଗ ଥାନାରେ କେସ ନଂ ୭୬ ରେ ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

Comments (0)
Add Comment