ସାଇକେଲ ପାଇଁ ହତ୍ୟା

ରାଉରକେଲା,୨୫/୮(ଏସଏସନିୟୁଜ)ସାଇକେଲପାଇଁ ହତ୍ୟା । ସାମାନ୍ୟ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ହୋଇଥିଲା ବଚସା । ତାପରେ କକାକୁ ହତ୍ୟା କରିବାସହ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା।ଏହିଭଳି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜାଘାଟ ଗ୍ରାମରେ ଘଟିଛି ।ପୁତୁରା ସୁଶାନ୍ତ ନାଏକ କକାରବୀନ୍ଦ୍ର ନାଏକଙ୍କ ଏକ ସାଇକେଲ ଆଣି ଚଳାଉଥିଲେ ।କକା ସାଇକେଲ ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ସୁଶାନ୍ତ କକାକୁ ସାଇକେଲ ଦେଇଥିଲେ ମଧ୍ୟ ଗାଳି ଗୁଲଜ ଆରମ୍ଭ କରି ଏକ ଭୁଜାଲି ଆଣି ଆକ୍ରମଣ କରିଥିଲା। ରବୀନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବାରୁ ତାକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟି ସେ ମଧ୍ୟ ପଡ଼ି ଯାଇଥିଲା।ଭୁଜାଲି ଆକ୍ରମଣରେ ରବୀନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ ଟଳିପଡି ଥିଲା।ଖବର ପାଇ ପୁଲିସ ହତ୍ୟାକାରୀ ଓ ଆହତ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments (0)
Add Comment