ଦାଢା ପଂଚାୟତରେ ୪ ଆକ୍ରାନ୍ତ ଜଣାପଡିବାପରେ ଗ୍ରାମ ସାନିଟାଇଜ ହେଲା

ବାରଙ୍ଗ ,୧୩/୫(ଏସଏସନିୟୁଜ) ଭୁବନେଶ୍ୱର ବ୍ଲକ୍ ଦାଢା ପଞ୍ଚାୟତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗତ ସପ୍ତାହକ ମଧ୍ୟରେ ଏହି ପଞ୍ଚାୟତର ଝିଙ୍କରଡିହ ଗ୍ରାମରୁ ୧,ବାଲିପଡା ଗ୍ରାମରୁ ୨ ଓ କେନ୍ଦୁପାଟଣା ଗ୍ରାମରୁ ୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ମେଣ୍ଢାଶାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପଟେ ରାଜଧାନୀ ଉପକଣ୍ଠ ଗ୍ରାମ ମାନଙ୍କରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ଅମାନିଆଙ୍କ ଉତ୍ପାତ ଦେଖିବାକୁ ମିଳୁଛି।ଯାହା ଫଳରେ ଅଞ୍ଚଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବା ଘଟଣାକୁ ଏଡାଇ ଦିଆଯାଇନପାରେ।ଏଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ ପାଇଛି ।ଅପରପକ୍ଷେ ଦାଢା ପଞ୍ଚାୟତ ରୁ ୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାପରେ ବଡ଼ ବାଲିପଡ଼ା, ସାନ ବାଲିପଡ଼ା,ମରିଚିଆ ଛକ,କେନ୍ଦୁପାଟଣା କଲେଜ ଛକ ସମେତ ଉକ୍ତ ଗ୍ରାମ ମାନଙ୍କର ରାସ୍ତା ଓ ବଜାର ଛକ ଆଦିକୁ ଗୁରୁବାର ସକାଳେ ଭୁବନେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ୍ କରାଯାଇଛି। ଦାଢା ପଞ୍ଚାୟତ ର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,ପଞ୍ଚାୟତ ନୋଡାଲ ଅଧିକାରୀ ତଥା ବାଲିପଡ଼ା ରାଜସ୍ବ ନୀରିକ୍ଷକ ଜଗନ୍ନାଥ ମହାରଣା ପ୍ରମୁଖ ଏହି ସାନିଟାଇଜ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment