ଦକ୍ଷତାବିକାଶ ପ୍ରତିଷ୍ଠାନ ର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ

ଜଟଣୀ, ୨୨/୮(ଏସଏସନିୟୁଜ) ଜଟଣୀ ତରାବୋଇ ଠାରେ ଦକ୍ଷତାବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ ହୋଇଯାଇଛି। ୪୬ ଏକର ଜମିରେ ଏହି ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯାଇ ଏଠାରେ ସ୍ବଦେଶୀ ଭିତ୍ତିଭୂମି ଓ ଜ୍ଞାନକୌଶଳ ବଳରେ ଏକ ଅନୁକୂଳ ପ୍ରତିଭା ଭଣ୍ଡାର ସୃଷ୍ଟି କରାଯାଇଛି।ଆଗାମୀ ୧୦ ବର୍ଷ ମଧ୍ୟରେ ୫୦ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ ରକ୍ଷା ଯାଇଛି। ଆତ୍ମନିର୍ଭର ଭାରତ ର ଲକ୍ଷ ପୁରାଣ ପାଇଁ ବେରୋଜଗାର ଓ ଅବହେଳିତ ଯୁବ ବର୍ଗ ଙ୍କୁ ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀ କରାଇବା ପାଇଁ ଏହି ମେଗା କ୍ୟାମ୍ପସ ଲୋକାର୍ପଣ ହୋଇଛି।କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଜୁକ ଧର୍ମେନ୍ଦ୍ର ପ୍ରଧାନ,ପେଟ୍ରୋଲିୟମ ମନ୍ତ୍ରୀ ହର ଦୀପ ସିଂ ପୁରୀ ,ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରେମାନନ୍ଦ ନାୟକ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ ।ସେହିପରି ଭୁବନେଶ୍ୱର ଆଇଆଇଟି ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଦ୍ୱାରା ଉଦଘାଟିତ ହେଲା ନୂତନ ଷ୍ଟୁଡେଣ୍ଡ ଆମିନେଟ ଓ ଲେକ୍ଚର ହଲ କମ୍ପ୍ଲେକ୍ସ ।ଏଥିପାଇଁ ୧୨୬୦କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ଋଷିକୂଲ୍ୟା ଓ ସପ୍ତଗିରି କମ୍ପ୍ଲେକ୍ସ ନାମରେ ନାମିତ ଏହି ନିର୍ମାଣ ପାଇଁ ପ୍ରାୟ ୧୪୮କୋଟି ଟଙ୍କା ବ୍ୟୟ କରାଯାଇଛି । ଷ୍ଟୁଡେଣ୍ଡ ଆମିନେଟ ରେ ୮ ଶହ ବେଡ଼ ଥିବା ବେଳେ ଅତ୍ୟାଧୁନିକ ଲେକ୍ଚର ସେଣ୍ଟର୍ ଯାହାକି ସମସ୍ତ ଙ୍କ ପାଇଁ ଉପଯୋଗୀ ହେବ । ସେହିପରି ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଆ ଭାଷାରେ କିପରି ଭୁବନେଶ୍ୱର ଆଇଆଇଟିରେ ଛାତ୍ରଛାତ୍ରୀ ପଢିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

 

Comments (0)
Add Comment