ଦେବାଦେବୀଙ୍କ ପ୍ରତିମା ଚୋରୀ ର‌୍ୟାକେଟକୁ ଧରିଲା ବାଣପୁର ପୋଲିସ

ବାଣପୁର,୩୦/୧(ଏସ୍‌ଏସ୍‌ନିୟୁଜ)ମନ୍ଦିରରୁ ବିଭିର୍ଣ ଦେବାଦେବୀଙ୍କ ପ୍ରତିମା ଚୋରୀକରୁଥିବା ର‌୍ୟାକେଟକୁ ବାଣପୁର ଥାନାପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ଡିସେମ୍ବରମାସରେ ବାଣପୁର ଥାନା ଅଧିନସ୍ଥ ଦକ୍ଷପ୍ରଜାପତି ମନ୍ଦିରରୁ ୨୨ଟି ମୁର୍ତିୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।ଏହି ମୁର୍ତୀଚୋରୀ ର‌୍ୟାକେଟକୁ ଧରିବାପାଇଁ ଥାନଅଧିକାରୀ ସଞୟକୁମାରପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଏସ୍‌.କେ.ବେହେରା, ଏସ୍‌ଆଇ ବି.କେମଲିକ କୁ ନେଇ ଗଠିତ ଟିମ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ ।ବିଶେଷସୁତ୍ରରୁ ଖବରପାଇ ବରୁଣେଇ ମନ୍ଦିର ଅଂଚଳରୁ ରାଜସ୍ଥାନର କୈଳାସ ମିନାକୁ ଶୁକ୍ରବାର ଗିରଫ କରି ଥାନାକୁ ଆଣି ପଚରାଉଚରା କରିବାପରେ ମୁର୍ତିଚୋରୀ ର‌୍ୟାକେଟର ପର୍ଦାଫାସ ହୋଇଥିଲା ।ଏହାପରେ କୈଲାସର ସହଯୋଗୀ ମୁକେଶଚନ୍ଦ୍ରମିନା, ମନୋଜ କୁମାର ମିନା,ଚୁତାନ୍ କୁ ଗିରଫ ପୋଲିସ କରିଥିଲେ ।ଅଧିକ ପଚରାଉଚରାବେଳେ ରାଜସ୍ଥାନରୁ ଏହି ଚାରିଜଣ ଦେବାଦେବୀଙ୍କ ମୁର୍ତିୀ ଚୋରି କରିବାପାଇଁ ଓଡିଶା ଆସିଥିଲେ । ବିଦ୍ୟୁତ ଖୁଂଟ ଲଗାଇବା ଶ୍ରମିକଭାବେ ନୁିଜକୁ ଉପସ୍ଥାପିତି ବିଭୀର୍ଣ ଜାଗାରେ କରିଥିଲେ ।ବିଭିର୍ଣ ସ୍ଥାନରେ ସେମାନଙ୍କର ଅନେକ ସ୍ଥାନୀୟ ସର୍ମ୍ପକ ରହିଛି ।କେବଳ ସ୍ଥାନୀୟ ସ୍ଥାନ ସହ ପରିଚିତ ହେବା ପାଇଁ ନୁହେଁ ମନ୍ଦିରମାନଙ୍କରୁ ପ୍ରତିମା ଚୋରୀ କରିବାପାଇଁ ସେମାନେ ସ୍ଥାନ ପରିବର୍ତନ କରି ଯୋଜନା କରୁଥିବାର ପୋଲିସ ପାଖରେ ମାନିଥିଲେ । ଏହି ଚାରିଜଣଙ୍କ ନାମରେବିଭୀର୍ଣ ଅପରାଧିକ ମାମଲା ବିଭିର୍ଣ ଥାନାରେ ଥିବାର ପୋଲସି ।ନିସନ୍ଧାନ ବେଲେ ଜାଣୀବାକୁ ପାଇଛି । ୩୯୮/୨୦କେଶନଂରେ ଏହି ଚାରିଜଣଙ୍କୁ ପୋଲିସ କୋର୍ଟଚାଳଣ କରିଛି ।

Comments (0)
Add Comment