ଡେଲାଙ୍ଗରେ ଦନ୍ତା ହାତୀ ଲୋକେ ଭୟଭୀତ

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ)ଡେଲାଙ୍ଗରେ ଦନ୍ତ । ହାତୀ ଆସିବାରୁ ସ୍ଥାନୀୟ ଲୋକେ ଭୟଭିତ ହୋଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତର ଶିଶୁଆ ପଡା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ର ଜେନାଙ୍କ ବାଡିରେ ଦେଇ ହାତୀ ଯାଉଥିବା ସମୟରେ ତାଙ୍କ ଚାଳ ଛପର ଘର ଓଟାରି ଖାଉଥିବା ବେଳେ ପରିବାର ଲୋକେ ହାତିକୁ ଦେଖିଥିଲେ ।ହାତୀ ଦେଖି ଭୟଭୀତ ହୋଇ ଚିତ୍କର କରିବାକୁ ଲାଗିଲେ । ଏହି ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଂଚିବାରୁ ହାତୀଟି ଦୌଡି ପଳାଇଥିଲା । ଶିଶୁଆପଡାରୁ ଦନ୍ତାହାତୀଟି କୁଆପଦା ସ୍ଥିତ କୁମୁକା ଜଙ୍ଗଲକୁ ପଳାଇଯାଇଥିଲା । ଆଜି ସକାଳୁ ଖବର ପାଇ ବନବିଭାଗ ଅଧିକାରୀ ମାନେ ହାତୀର ଗତିବିଧି ଲକ୍ଷ କରିବା ସହିତ ଘଟଣା ସ୍ଥଳରେ ପହଚିଂ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ହାତୀଟି ଆଜି ସନ୍ଧ୍ୟାରେ କୁମୁକାରୁ ବାହାରି ଘୋରଡିଆ ,କଅଁଳପଡା,ଅମୃତପୁରୁ ଦେଇ ରାତି ୧୦ ସୁଧା ବଡ ଆଙ୍କୁଲା ଗ୍ରାମ ନିକଟରେ ପହଂଚିଥିବା ଜଣାପଡିଛି । ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ହାତୀଟିକୁ ଜଗିରହିଛନ୍ତି । ଏହା ଏକ ଦନ୍ତା ହାତୀ ହୋଇଥିବାରୁ ଘଟଣା ପ୍ରଘଟ ପରେ ଆଖପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

Comments (0)
Add Comment