ଦେଶୀମଦ ସହ ସ୍କୁଟି ଜବତ

ଡ଼େଲାଙ୍ଗ,୨୪/୯(ଏସଏସ ନିଉଜ)ପୁରୀ ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ସ୍କୁଟିରେ ଥିବା ୬୦ଲିଟର ଦେଶୀମଦ ସହ ଜଣଙ୍କୁ ଗିରଫ କରାଯାଇଛି।ପୁରୀ କୋଣାର୍କ ରାସ୍ତାର ବିପିତାର ତାରିଣୀ ଛକରୁ ଦେଶୀ ମଦ ନେଇ ଯାଉଥିବା ସତ୍ୟବାଦୀ ଥାନା ଅଧିନସ୍ତ ଶୋଲଘର ଗ୍ରାମର ପବିତ୍ର ବେହେରା ନାମକ ଯୁବକକୁ ଧରିବାରେ ସକ୍ଷମ ହୋଇଛନ୍ତି।୧୧୪/୨୨କେଶ ନମ୍ବର ରେ ଏଜ ମକଦମା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି।

Comments (0)
Add Comment