ଧନ୍ୟବାଦ ! ନନ୍ଦନକାନନ ଡାକ୍ତରବାବୁ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନକର୍ତୁପକ୍ଷ ଜବନ୍ତୁମାନଙ୍କ ସ୍ୱସ୍ଥ୍ୟରେ ଉନ୍ନତି ଆଣିବାପାଇଁ ବହୁବିଧ ଯୋଜନା କରିଛନ୍ତି ।ବିଶେଷଜ୍ଞମାନଙ୍କଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଗାଡି ଓ ସବୁପ୍ରକାରର ସୁବିଧା ମଧ୍ୟ କରିଛନ୍ତି ।ଏହାପରେ ବି ସେମାନଙ୍କର କେତେ ଖାମଖିଆଲ ମନୋଭାବ ରହିଛି ତହା ଆଜି ପ୍ରମାଣ ଦେଇଛି ।ପ୍ରାଣୀଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ବହୀନତା ଯୋଗୁଁ ୬୩ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦଶା ଭୋଗିବାକୁ ପଡିଛି ।୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବାର ଖବର ପାଇ ରବିବାରଦିନ ସକାଳେ ତାର ଚିକିସ୍‌ ପାଇଁଦୁଇଜଣ ପ୍ରାଣୀ ଚିକିତ୍ସକ ଆସିଥିଲେ ।ଜଳହସ୍ତୀଟିକୁ ଏନକ୍ଲୋଜର ଭିତରେ ଥିବା ଘର ଭିତରେ ପୁରାଇ ଟ୍ରାଙ୍କୁଲାଇଜର ଜରିଆରେ ଟିକା ଦେଇଥିଲା।ହେଲେ ଅସୁସ୍ଥ ମାଈ ଜଳହସ୍ତୀ ଦେହରେ ସିରିଞ୍ ଲାଗିରହିଥିଲେ ମଧ୍ୟ ତାକୁ ବାହାର କରି ଚିକିତ୍ସକମାନେ ଫେରିଯାଇଥିଲେ । ଜଳହସ୍ତୀଟିର ଶରୀରରେ ଉକ୍ତ ସିରିଞ୍ଟି ଲାଗିରହିଥିବାର ପର୍ଯ୍ୟଟକ ମାନେ ଦେଖି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ ।ପରେ ଏହି ଖବର ପାଇବାପରେ ବିଳମ୍ଭରେ ଚିକିସ୍‌କମାନେ ଆସି ସିରିଞକୁ କାଢିଥିବାର ଜଣାପଡିଛି ।

 

 

Comments (0)
Add Comment