ଦୀପରୁ ଲାଗିଗଲା ନିଆଁ, ଜଳିଗଲା ୨ ଦୋକାନ

ସାଲେପୁର,୫/ ୧୧(ଏସଏସନିୟୁଜ) ଦୀପାବଳି ସାଲେପୁର ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଫଳରେ କିଛି ପରିବା ଦୋକାନ ଏବଂ ଫଳ ଦୋକାନ ଜଳି ଯାଇଛି। ଗୁରୁବାର ସମସ୍ତେ ଦୀପାବଳି ପାଳନରେ ବ୍ୟସ୍ତ ଥିବାବେଳେ ସାଲେପୁର ବଜାରରେ ଥିବା କିଛି ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଦୁଇ ବ୍ୟବସାୟୀ ମନୁ ମଲ୍ଲ ଏବଂ ବିଚିତ୍ର ଆନନ୍ଦ ଭୂୟାଁଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବା ବେଳେ ଦୀପରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସାଲେପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲୋ

Comments (0)
Add Comment