ବ୍ଲାଙ୍କଫାୟରିଂ କରି ଲୁଟିଲେ

କଟକ,୬।୯(ଏସଏସନିଉଜ)କନ୍ଦରପୁରଥାନା ମତଗଜପୁର ରେଳଫାଟକ ନିକଟରେ ବ୍ଲାଙ୍କ ଫାୟରିଂକରି ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୁତ।ଆଜି ଦିନ ସାଢ଼େ୧୧ ଟା ସମୟରେ ଏହି ଘଟଣା ଘଟିଛି।କନ୍ଦରପୁରଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁବୃତ୍ତ ତିନୋଟି ବାଇକରେ ଆସିଥିବା ତାଙ୍କୁ ରେଳଫାଟକ ନିକଟରେ ରୋକିଥିଲେ।ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗରେ ଥିବାନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ ରୁପା ଅଳଙ୍କାର ଲୁଟି ନେଇ ପଳାଇଥିବାର ବିକାଶ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ଖବରପାଇ ପୋଲିସ ଘଟଣାସ୍ତକରେ ପହଁଚି ବ୍ୟବହୃତ ଏକ ଖୋକାକୁ ଜବତ କରିବା ସହ ଲୁଟର ତଦନ୍ତ କରୁଛି ।

Comments (0)
Add Comment