ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ମାଲକାନଗିରି, ୧/୭(ଏସଏସନିୟୁଜ) ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି।ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବାବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷସୁତ୍ରରୁ ଖବରପାଇ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା । ନକ୍ସଲ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ନକ୍ସଲ ପଛଘୁଞ୍ଚା ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ।ଏହିସମୟରେ ଜଣେ ମାଓବାଦୀର ମୃତ ଦେହ ସହ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବାର ଜଣାପଡିଛିା

Comments (0)
Add Comment