ଏଣିକି ପଛରେ ବସିଲେ ବି ହେଲମେଟ୍

ଖବର ଆଜିର,ତାରିଖ ୦୬-୧୨-୨୦ ରବିବାର ।
୧-ପଶ୍ଚିମ ଓଡିଶାରେ ତେଜିଛି ଚାଷୀ ଆନ୍ଦୋଳନ । ଧାନ ମଣ୍ଡିରେ ଦେଖା ଦେଇଥିବା ସମସ୍ୟା ଓ ଟୋକନ ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ ।
୨-ସରକାର-କୃଷକ ସଂଗଠନ ୫ମ ପର୍ଯ୍ୟାୟ ଆଲୋଚନା ବିଫଳ, ୯ ତାରିଖରେ ପରବର୍ତ୍ତୀ ଆଲୋଚନା ।
୩-କୃଷକ ଆନ୍ଦୋଳନ, କୃଷି ବିଲର ସଂଶୋଧନ ପାଇଁ ସରକାର ରାଜି । ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ କୃଷକ ।
୪-ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ସମର୍ଥନ ଘୋଷଣା କଲା ରାଜ୍ୟ କଂଗ୍ରେସ ।
୫-ବାଇକ ଚାଳକଙ୍କ ପାଇଁ ବଡ ଖବର । ଏଣିକି ପଛରେ ବସିଲେ ବି ପିନ୍ଧିବେ ହେଲମେଟ୍ । ନିୟମ ନମାନିଲେ ରଦ୍ଦ ହେବ ଲାଇସେନ୍ସ ।
୬-ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍‌: ଦ୍ବିତୀୟ ଲହରି ଆଶଙ୍କା ନାହିଁ, ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ: ଡାକ୍ତର ଜୟନ୍ତ ପଣ୍ଡା ।
୭-କୋଣାର୍କ ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟା – ଓଡ଼ିଶୀରେ କୃଷ୍ଣଗାଥା, କଥକରେ ଶାସ୍ତ୍ରୀୟ ନୃତ୍ୟ ଦେଖି ବିଭୋର ଦର୍ଶକ ।
୮-ପରୀ ରାଜନୀତି ସରଗରମ: ପରୀ ବାପାମା’ଙ୍କୁ ଭେଟିଲେ ବିଜେପି-କଂଗ୍ରେସ, କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ ।
୯-ଦୁଇ ସପ୍ତାହ ସମୟ ଦିଅନ୍ତୁ ଖୋଲିବ ‘ପରୀ ହତ୍ୟାକାଣ୍ଡ’ର ଗୁମର : ଅରୁଣ ବୋଥ୍ରା ।ପରୀ ହତ୍ୟା ମାମଲା : ବାବୁଲିଙ୍କ ଘରେ ଏସ୍‌ଆଇଟି, ଡ୍ରାଇଭର୍‌କୁ ଉଠାଇନେଲା ।
୧୦-ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
୧୧-ଟିକା ପରୀକ୍ଷଣରେ ସଫଳତା ନେଇ ମତ ରଖିଲେ ‘ହୁ’ ମୁଖ୍ୟ ଟେଡ୍ରୋସ୍‌, ଏବେ କରୋନା ମହାମାରୀ ମୁକ୍ତ ବିଶ୍ବର ସ୍ବପ୍ନ ଦେଖିହେବ ।
୧୨-ଏସ୍‌ସିବି ମେଡିକାଲ୍ କଲେଜ ଆଲୁମ୍‌ନି ସ˚ଘର ୱେବସାଇଟ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।
୧୩-ଆଇପିଏଲ୍‌-୧୪ ପାଇଁ ଯୋଡ଼ି ହେବେ ଆଉ ଦୁଇଟି ଦଳ: ୮ଟି ଦଳ ପରିବର୍ତ୍ତେ ଖେଳିପାରନ୍ତି ୧୦ଟି ଦଳ ।
୧୪-ପଶ୍ଚିମବଙ୍ଗରେ ହିଂସା : ବୋମା ବିସ୍ଫୋରଣରେ ବିଜେପି କାର୍ଯ୍ୟକର୍ତ୍ତା ଆହତ, ଆକ୍ରମଣକୁ ନେଇ ଟିଏମସିକୁ ଟାର୍ଗେଟ୍ ।
୧୫-କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ଲାଗି ସରକାର ପୁନର୍ଗଠନ କଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି ।
୧୬-କରୋନାରୁ ମୁକୁଳିଗଲେ ବି ମାନ୍ଦାବସ୍ଥା ବିରୋଧରେ ଲଢିପାରିବେନି ଗରିବ ଦେଶ : UNCTAD ରିପୋର୍ଟ ।
୧୭-ନ୍ୟୁଜିଲାଣ୍ଡ କ୍ରିକେଟକୁ ଅଲବିଦା କହିଲେ କୋରି ଆଣ୍ଡରସନ । ଆମେରିକା ପାଇଁ ଖେଳିବେ କ୍ରିକେଟ ।
୧୮-ସିରମ୍ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। 
୧୯-ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳବିବାଦ ମାମଲା : ଆପୋସ ଆଲୋଚନା ପାଇଁ ଶେଷ ସୁଯୋଗ ।
୨୦.ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। 

 

Comments (0)
Add Comment