ଫସିଗଲେ ମାଲ୍ୟା

ଖବର ଆଜିର,ତାରିଖ ୦୧/୦୯/୨୦ ମଙ୍ଗଳବାର
୧-ଚିର ନିଦ୍ରାରେ ଶୋଇ ଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ।
୨-ଓଡିଶାରୁ ହଟିଲା ନାଇଟ୍ କର୍ଫ୍ୟୁ । ନୂଆ ଗାଇଡଲାଇନରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଇଲେ ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ କେନ୍ଦ୍ର ସରକାର।
୩-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ; ଟୁଇଟ୍ କରି ଶୋକ ପ୍ରକାଶ କଲେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି।
୪-ସେପ୍ଟେମ୍ବର ୧ରୁ ପାସେଞ୍ଜର ବସ୍ ଚାଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।
୫-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।
୬–ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା।
୭-କୃଷି ମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ।
୮-ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି ପାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ଅବଧି ବୃଦ୍ଧି କରାଯାଇଛି।
୯-+୨ ନାମଲେଖା ଆବେଦନ ଅବଧି ବଢ଼ାଇଲେ ରାଜ୍ୟ ସରକାର; ବନ୍ୟା ଦୃଷ୍ଟିରୁ ଆବେଦନ ଅବଧି ବଢ଼ାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ,ସେପ୍ଟେମ୍ବର ୪ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ବୃଦ୍ଧି କଲେ ସରକାର।
୧୦-ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ସେପ୍ଟେମ୍ବର ୩୦ ପର‌୍ୟ୍ୟନ୍ତ କଟକଣା।
୧୧-କରୋନାକୁ ନେଇ ଆସିଲା ଭଲ ଖବର । ଖୁବଶୀଘ୍ର ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ।
୧୨-ଭୁବନେଶ୍ବରରେ ଆଡମ୍ବରଶୂନ୍ୟ ପୂଜା, ବାଲୁବଜାର ପୂଜା ମଣ୍ଡପକୁ ଅନୁମତି।
୧୩-ଜୁଲାଇ ମାସକୁ ମିଶାଇ କ୍ରମାଗତ ୫ ମାସ ହେବ ଆଠଟି ପ୍ରମୁଖ ଶିଳ୍ପର ଉତ୍ପାଦନ ହ୍ରାସ ପାଇଛି ଥିବା କଥା ସୋମବାର ଦିନ ସରକାରୀ ତଥ୍ୟରୁ ଜଣାପଡ଼ିଛି।
୧୪-ଓଡ଼ିଶାରେ ମହିଳାଙ୍କ ନେତୃତ୍ବାଧୀନ ସଂସ୍ଥାଗୁଡ଼ିକର ବିକାଶ ପାଇଁ ଫିକି ଓଡ଼ିଶା ରାଜ୍ୟ ଚାପ୍ଟର ପକ୍ଷରୁ ‘ଓଡ଼ିଶା ୫୦’ ଅଭିଯାନକୁ ଭର୍ଚୁଆଲ୍ ମାଧ୍ୟମରେ ଉନ୍ମୋଚନ କରାଯାଇଛି।
୧୫-ଜାତୀୟ ପତାକା ଅର୍ଧନମିତ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ।
୧୬-ଅଗଷ୍ଟରେ ୪୬.୯% ବେଶୀ ବର୍ଷା: ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା।
୧୭-ଫସିଗଲେ ମାଲ୍ୟା; ଖସିବା ବାଟ ବନ୍ଦ: ଅକ୍ଟୋବର ୫ ଅପରାହ୍ନ ୨ ଟାରେ ବ୍ୟକ୍ତିଗତ ଭାବେ ହାଜର ହେବେ ସୁପ୍ରିମ୍ କୋର୍ଟରେ।
୧୮-ସୁପ୍ରିମ କୋର୍ଟଙ୍କ ରାୟକୁ ‘କୃତଜ୍ଞତାର ସହ ଗ୍ରହଣ କରି’ ୧ ଟଙ୍କାର ଜରିମାନା ଭରିଲେ ପ୍ରଶାନ୍ତ ଭୂଷଣ।
୧୯-ବଲାଙ୍ଗୀର: କରୋନା ଆକ୍ରାନ୍ତ ଭାବି ଅଧ୍ୟାପକଙ୍କ ଆତ୍ମହତ୍ୟା।
୨୦-ଭାରତୀୟ ସେନାକୁ ଅକ୍ଟୋବରରେ ମିଳିବ ଏକେ-୨୦୩ ରାଇଫଲ, ୮୦୦ମିଟର ଦୂର ନିଶାଣକୁ କରିହେବ ଭେଦ।
୨୧-ସେପ୍ଟେମ୍ବର ୧୧ ତାରିଖରେ ‘ଡିସ୍‌କଭରି ପ୍ଲସ୍ ଆପ୍‌’ରେ ଏବଂ ସେପ୍ଟେମ୍ବର ୧୪ରେ ଡିସ୍‌କଭରି ଚାନେଲ୍‌ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ‘ଇଣ୍ଟୁ ଦି ୱାଇଲ୍‌ଡ୍ ୱିଥ୍ ବେୟର୍ ଗ୍ରିଲ୍‌ସ୍’ର ଆଗାମୀ ଅଧ୍ୟାୟର ଟ୍ରେଲର୍ ସେୟାର୍ କରିଛନ୍ତି ଅଭିନେତା ଅକ୍ଷୟ କୁମାର।

Comments (0)
Add Comment