ଫସିଲା ହାତୀଛୁଆ

ଆଠଗଡ଼,୨୪/୯(ଏସଏସନିୟୁଜ)ମହାନଦୀରେ ଫସିଛି ହାତୀ ଛୁଆ । ନଦୀପାର ହେଉଥିବାବେଳେ ମହାନଦୀର ମୁଣ୍ଡଳୀବ୍ରିଜ ଶେଷଭାଗ ପାଟେଣିଗାଁ ପାଖପାଣିରେ ଫସିଯାଇଛି ।ଯିବାପାଇଁ ଚେଷ୍ଟାକରୁଥିଲେ ମଧ୍ୟ ୍‌ଯାଇପାରୁନାହିଁ ।ଆଠଗଡଜଙ୍ଗଲରୁ ଚନ୍ଦାକଜଙ୍ଗଲକୁ ଫେରୁଥରବାବେଳେ ନଦୀପାର ସମୟରେ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।ଏହାସହ ନଦୀପାର ହେଉଥିବାବେଳେ ହାତୀପଲ୍ଲ ମଧ୍ୟରୁ ଆଉ ୨ଟି ହାତୀ ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି।ଖବରପାଇ ଅଗ୍ନିଶମବାହିନୀ ଓ ବନ ବିଭାଗ କର୍ମଚାରୀମାନେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି ।(ଗୌତମରାଉତଙ୍କ ରିପୋର୍ଟ)

 

Comments (0)
Add Comment