ଫିକାପଡିଗଲା ମା, ଧାକୁଲେଇଙ୍କ ଚଇତି ପର୍ବ

କଟକ,୨୭/୪(ଏସଏସନିୟଜ) ପ୍ରତାପନଗରୀ ସ୍ଥିତ ମା,ଧାକୁଲେଈଙ୍କ ପୀଠରେ ମାଙ୍କ ବଡ଼ପର୍ବ ହେଉଛି ଚଇତି ପର୍ବ ବା ବାଣଯାତ୍ରା ।କୋଭିଡ ପାଇଁ ଏହି ପର୍ବ ଫିକା ପଡିଗଲା ।ନା ଥିଲା ବାଜା,ବାଣ,ଶୋଭାଯାତ୍ରା ନା କିଣାବିକାର ପଶରା ।କେବଳ ବିଧିମୁତାବକ ମା ଙ୍କ ନିତୀକାନ୍ତି ସହ ସ୍ୱତନ୍ତ ପୁଜାର୍ଜନା କରାଯାଇଥିଲା । ଚୈତ୍ର ପୂର୍ଣ୍ଣିମା ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ମାଙ୍କ ଚଳତିପ୍ରତିମାକୁ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା ହୋଇଥାଏ,ଯାହାକି ପରଦିନ ସକାଳ ହୋଇଯାଇଥାଏ । ।ବାଜାବାଣନାଚଗୀତରେ ସେହି ଅଂଚଳ ଚଳଚଂଚଳ ହୋଇଥାଏ ।କିନ୍ତୁ କୋଭିଡ ପାଇଁ ସବୁକିଛି ବାତିଲ ହୋଇଯାଇଥିଲା ।ବିଧି ଅନୁଯାୟୀ କେବଳ ମନ୍ଦିରବେଢା ପରିକ୍ରମା କରିବାକୁ ଏକ ପ୍ରକାର ନିଷ୍ପତି ହୋଇଥିବାର ଜଣାପଡିଛି ।

Comments (0)
Add Comment