ଗାଁ ଦାଣ୍ଡରେ ଫୁଟିଲା ଗୁଳି

ବନ୍ତଳା,୧/୭(ଏସ ଏସ ନିୟୁଜ)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଫୁଟିଛି ଗୁଳି ।ଏହି ଗୁଳିମାଡ଼ର ଶିକାର ହୋଇ ଗୁରୁତର ହୋଇ ପଡ଼ିଛନ୍ତି ଅଖିଳ ବେହେରା।ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସଂକଟାପନ୍ନଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି।
ପ୍ରକାସ ଯେ, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତ ରାତି ପ୍ରାୟ ୧୧ ଟା ବେଳକୁ ହଠାତ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତି ଏତେ ଆଗକୁ ବଢ଼ିଥିଲା ଯେ, ଶିଶିର ଏକ ବନ୍ଧୁକ ଆଣି ଅଖିଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଗୁଳିଟି ଅଖିଳଙ୍କ ବାମ ହାତ କହୁଣୀରେ ଲାଗିଥିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

Comments (0)
Add Comment