ଗଞ୍ଜେଇ ଚାଲାଣବେଳେ ଧରାହେଲେ ସାମ୍ବାଦିକ,୭୧ବସ୍ତା ଗଞେଇ ଜବତ,୫ଗିରଫ

ମାଲକାନାଗିରି ,୩୧/୮(ଏସଏସନିୟୁଜ) ମାଲକାନଗିରିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିବାସହ ପ୍ରାୟ ଦେଢ କୋଟି ଟଙ୍କା ମୁଲ୍ୟର ୧୫୨୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ସବୁ ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରାଚାଲଣ ହେଉଥିଲା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଖୈରପୁଟ ଥାନା ପୋଲିସ ମୁଦୁଲିପଡା ରାସ୍ତାରେ ଚଢଉ କରିଥିଲା । ଚଢଉ ସମୟରେ ଆସୁଥିବା ପିକଅପ୍ ଭ୍ୟାନକୁ ରୋକି ଯାଂଚ କରିବାପରେ ସେଥିରୁୁ ୧୫କ୍ବିଣ୍ଟାଲ ୨୦କେଜି ଓଜନର ୭୧ବସ୍ତା ଗଞ୍ଜେଇ ବାହାରିଥିଲା । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଝଡିଆଗୁଡା ଗ୍ରାମର ହେମନ୍ତ ଟାକ୍ରି, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୪ ଗାଁର ସାଇବାନ ଖରା, ମାଥିଲି ଥାନା ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମର ମହେନ୍ଦ୍ର ଦଳେଇ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମର ଗୋବର୍ଦ୍ଧନ ଦଳେଇ ଏବଂ ହନୁମାଳ ଗ୍ରାମର ମହେନ୍ଦ୍ର ଦଳେଇଙ୍କୁ ଗିରଫ କରାଯାଇଥିଲା।ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇବାପରେ ଏାମନେ ବ୍ୟବହାର କରୁଥିବା ଏକ ଆଲଟୋ କାର୍ ସହ ନଗଦ ୨ ହଜାର ଟଙ୍କା ମଧ୍ୟ ଜବତ କରିଛି ।ତେବେ ଗିରଫହୋଇଥିବା ହେମନ୍ତ ୱେବ୍‌ଚାନେଲ ‘ବିଶ୍ବ ବିଜୟୀ’ର ସାମ୍ବାଦିକ ବୋଲି ପୋଲିସ ଜାଣିବାକୁ ପାଇଛି । ମାଲକାନଗିରି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀ ସୁଚନା ଦେଇଛନ୍ତି ।

 

Comments (0)
Add Comment