ଘରେବସି ମିଳିବ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର, ୫/୫(ଏସଏସନିୟୁଜ) ଲକଡାଉନରେ ରାଜଧାନୀବାସୀଙ୍କ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ପାଈଁ ଆଉ ଥାନାକୁ ନଯାଇ ଘରେବସି ମିଳିପାରିବ ଅନୁମତି ।୧୦୦ କିମ୍ବା ୮୧୪୪୨୦୭୧୦୦ ରେ ଫୋନ କରିବାକୁ ପଡ଼ିବ ।ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ପଠାଯିବ ଏକ ଫର୍ମାଟ ।ଏହାକୁ ପୁରଣ କରି ପୋଲିସ ପାଖକୁ ପଠାଇବାପରେ କମିଶନରେଟ ପୋଲିସ ପକ୍ଷରୁ ଅନୁମତି ପତ୍ର ମିଳିବାନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Comments (0)
Add Comment