ଗିରଫ ହେଲେ କୋଟିପତି ପୁଲିସ ଏସ୍‌ଆଇ

ଭୁବନେଶ୍ୱର, ୨/୧୧(ଏସଏସନିୟୁଜ) ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପର୍ଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି। ଆଜି ସକାଳୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏସ୍‌ଆଇ ସମରେନ୍ଦ୍ରଙ୍କ ଢେଙ୍କାନାଳ ଜିଲ୍ଲାରେଥିବା ୭ଟି ଘର ଓ ଫାର୍ମ ହାଉସରେ ଏକକାଳୀନ ଚଢ଼ଉ କରିଥିଲେ। ଫାଣ୍ଡି ଅଧିକାରୀଙ୍କର ୯୯ଲକ୍ଷ ମୂଲ୍ୟର ଟଙ୍କା କଣ୍ଟାନାଳୀ ଠାରେ ଥିବା ୨ଟି ଘର, ୧୦ ଲକ୍ଷ ଟଙ୍କାର ସୁନା ଗହଣା, କନାରା ବ୍ୟାଙ୍କରେ ୮ଟି ଆକାଉଣ୍ଟରେ ୧୬ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା, ୯୭ ହଜାର ଟଙ୍କା ଆଦି ଜବତ କରିଛି ।

Comments (0)
Add Comment