ଭୁବନେଶ୍ୱର,୨୪ା୮(ଏସଏସନିଉଜ)OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍ ଓ ୨ଟି ପ୍ଲଟ୍ , କେରଳରେ ୨ ମହଲା କୋଠା , ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା , ୫୦୦ ଗ୍ରାମ ସୁନା , ୨ଟି ଚାରିଚକିଆ ଯାନ , ୧୭.୭୦ ଲକ୍ଷ ଟଙ୍କାର ସାମଗ୍ରୀ ଠାବ ହୋଇଥିଲା ।ଏହିଘଟଣାରେ OSRTC ସିଏଓ ବିଜୟ ମଙ୍ଗରାଜଙ୍କୁ ଗିରଫକରିଛି ଭିଜିଲାନ୍ସ ।