ଗୁରୁଜନ ସମ୍ମାନ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ,୨୯/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଂଚସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶନିବାରଦିନ ଗୁରୁଜନ ମାନଙ୍କ ୁ ସମ୍ମାନ ପ୍ରଶିକ୍ଷଣ ଶିବିର ସୁଧା ଓ ଏନଆଇଏସଡି ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ହାଇଯାଇଛି ।ସୁଧା ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଅକ୍ଷୟ ସ୍ୱାଇଁ,ସାମାଜିକ କର୍ମି ତ୍ରିଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁଜନ ମାନଙ୍କୁ ଛାତ୍ରଛତ୍ରୀ ମାନେ ପୂର୍ବଭଳି ସମ୍ମାନ କରୁନାହାନ୍ତି,ତାଙ୍କ ଅଶିଷ ବଚନ ଓ ଉପଦେଶ ପ୍ରତି ବିମୁଖ ହେଉଛନ୍ତିା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ,ଶ୍ରଦ୍ଧା ଓ ଜୀବନର ଅନୁଭୂତି ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଶିକ୍ଷକ ଅଶୋକ କୁମାର ବଳିୟାରସିଂହ,ଚିତରଂଜନ ପରିଡା,ହୃଦାନନ୍ଦ ସାମନ୍ତରାୟ,ପ୍ରେମାନନ୍ଦ ବରାଳ,ଦୀପକ କୁମାର ସେନାପତି, ଶିକ୍ଷୟତ୍ରୀ ଅନୁସୂୟା ପାଡି,ଛବି ଚିନରା, ତପସ୍ୱୀନି ପରିଡା, ସୁଶ୍ରୀ ସଂଗିତା ସ୍ୱାଇଁ,ରୂପଶ୍ରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment