ହୋଡିଂ ହଟାଇଦେବା ପ୍ରତିବାଦରେ ଧାରଣା

ଆସିକା,୧/୨(ଏସଏସନିୟୁଜ) ୭ ତାରିଖରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ଆସିକା ଗ୍ରସ୍ତର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଆସିକା ବିଜେପି ପକ୍ଷରୁ ବିଜୁ ପଟ୍ଟନାୟକ ଛକଠାରେ ସ୍ବାଗତଂ ବ୍ୟାନର (ହୋଡିଂ) ଲଗାଯାଇଥିଲା । କିନ୍ତୁ ଏନଏସି ପକ୍ଷରୁ ଏହି ହୋଡିଂକୁ କାଢି ଦିଆଯାଇଥିବାର ବିଜେପି ପକ୍ଷରୁ ଅଭିଯୋଗ କରଯାଇଥିଲା । ସମସ୍ତ ରାଜନୈତିକ ହୋଡିଂ ଲଗାଯାଉଥିବା ବେଳେ ଆଇନଗତ ଦିଗକୁ ଆଧାର କରି ଆମେ ହୋଡିଂ ଲଗାଯାଇଥିବା ବେଳେ କହିକି ଏନଏସି ପକ୍ଷରୁ ହୋଡିଂ କଢାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ହୋଡିଂ ହଟାଇବା ପ୍ରତିବାଦରେ ଏନ ଏ ସି କାର୍ଯ୍ୟଲୟ ଆଗରେ ବିଜେପି ନେତା ଶ୍ରୀନିବାସ ଭଞ୍ଜ ଙ୍କ ନେତୃତ୍ବରେ କର୍ମୀମାନେ ଧାରଣାରେ ବସିଥିଲେ ଓ ଏସକ୍ୟୁଟିଭ ଅଫିସର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି (ଆସିକାରୁ କୈଲାଶ ମହାରଣାଙ୍କ ରିପୋର୍ଟ )।

Comments (0)
Add Comment