ହାଇଦରକୁ ଏନକାଉଣ୍ଟର

କଟକ, ୨୪/୭(ଏସଏସନିୟୁଜ) ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ବାରିପଦା ଜେଲ ନିଆଯାଉଥିବାବେଳେ ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ତେବେ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯିବାବେଳେ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ଏନକାଉଣ୍ଟର କରିଥିବାର ଜଣାପଡିଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀଙ୍କ ସୁଚନାମୁତାବକ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ହାଇଦରଙ୍କୁ ସ୍ଥାନାନ୍ତର କରାଯାଉଥିଲା। କଟକ ଜିଲା ଏସକର୍ଟପାର୍ଟି ତତ୍ୱାବଧାନରେ ବାରିପଦା ନିଆଯାଉଥିଲା । ଏସକର୍ଟପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ ଦୌଡ଼ିପଳାଇବାକୁ ଉଦ୍ୟମ କରିଥିବାବେଳେ ଏସକର୍ଟପାର୍ଟି ନିରାପତ୍ତା ଦୃଷ୍ଟିରୁ ଗୁଳି ଚଳାଇଥିଲା। ଫଳରେ ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଥିବାରୁ ଗୁଳିବିଦ୍ଧ ଅବସ୍ଥାରେ ତାଙ୍କୁ ବାଲେଶ୍ବର ହସପିଟାଲକୁ ନିଆଯାଉଛି। ଏହାପୁର୍ବରୁ କଟକ ବଡ଼ ମେଡିକାଲରୁ ଥରେ ଖସି ଯାଇଥିବାବେଳେ ପୋଲିସ ତେଲଙ୍ଗାନାରୁ ହାଇଦର୍ କୁ କାବୁ କରିଥିଲା ।

Comments (0)
Add Comment