ଜାଗରରେ ଧବଳେଶ୍ୱରଙ୍କ ପୀଠରେ ୧୪୪, ପଂଚୁଦୋଳପାଇଁ ଅନୁମତି

ଆଠଗଡ,୪/୩(ଏସ୍‌ଏସ୍‌ନିୟୁଜ)ଆଉ ଦିନ କେଇଟାପରେ ମହାଶିବରାତ୍ରୀ(ଜାଗର) ।ତେବେ ରାଜ୍ୟର ପ୍ରମୁଖ ଶେବକ୍ଷେତ୍ରରେ ଭକ୍ତମାନଙ୍କର ଏଥିନିନ୍ତେ ଗହଳି ଲାଗିରହିବ ।ତେବେ ଭୋଭିଡ କଟକଣା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଳିତବର୍ଷ ଆଠଗଡର ପ୍ରମୁଖ ଶେବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ କଟକଣା କରାଯାଇଛି । ଶିବରାତ୍ରଦିନ ଏହି ପୀଠରେ ୧୪୪ଜାରି କରିଛନ୍ତି ଉପଜିଲ୍ଲାପାଳ ।ତେଣୁ ଚଳିତବର୍ଷ ବିନାଭକ୍ତମାନଙ୍କ ଉପସ୍ଥିତିରେ କେବଳ ପୁଜକମାନେ ଉପସ୍ଥିତି ରହି ନିତୀକାନ୍ତି କରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିବାର ଜଣାପଡିଛି ।
ସେହିଭଳିଭାବେ ଚଳିତମାସ ୨୮ତାରିଖରେ ପଡିବ ଦୋଳପୁର୍ଣିମା ।ଗ୍ରାମାଂଚଳମାନଙ୍କରେ ପୁରୁଣା ପ୍ରଥା ତଥା ପରମ୍ପରାକୁ ବଜାୟ ରଖିବାପାଇଁ ନିତୀନିୟମ ଆଧରରେ ଦୋଳପୁର୍ଣିମା ର କିଛିଁଦିନ ଆଗରୁ ଓ ଏହାର କିଛିଦିନ ପର୍ଯ୍ୟନ୍ତ ଏହି ପୁଜାସ୍‌ବ ବିଭିର୍ଣ ଗ୍ରାମରେ ଚାଲିବ । ତେବେ ଆଠଗଡର ଐତିହାସିକ ପଂଚୁଦୋଳ ଓ ଦୋଳଯାତ୍ରା ନିଆରା । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତିବୈଠକ ଉପଜିଲ୍ଲାପାଳ । ଜାମ୍ବରମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।କୋଭିଡର ନିତୀନୀୟମରେ ଏହି ପରମ୍ପରାଭିତିକି ପର୍ବ ପଂଚୁ ଦୋଳ ଓ ଦୋଳପୁର୍ଣିମା କରାଯିବାକୁ ନିଷ୍ପତି ନିଆଯାଇଥିଲା ।ଏଥିରେ ଜିଲ୍ଲାପ୍ରଶାସନର ପଦାଧିକାରୀମାନଙ୍କ ସହ ଲୋକପ୍ରତିନିଧି ଓ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment