ଜାଗରରେ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ମନା

ଢେଙ୍କାନାଳ,୪/୩(ଏସଏସନିୟୁଜ) ଆଉ କେଇଟା ପରେ ମହାଶିବରାତ୍ରୀ(ଜାଗର) । ରାଜ୍ୟର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିରହିବ । ଭକ୍ତମାନେ ଉପବାସ ରହିବା ସହ ରାତି ଉଜାଗର ହୋଇ ଦୀପ ଜାଳି ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।ତେବେ କାରୋନା କଟକଣା ଯୋଗୁ ଚଳିତ ବର୍ଷ କେତେକ ଜାଗାରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲାଗିବା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି ।ଏହିଭଳି ଏକ ଶୈବପୀଠ ହେଉଛି ଢେଙ୍କାନାଳ ଜିଲ୍ଲାର କପିଳାସ । ଏଠାକୁ ଜାଗର ଯାତ୍ରାରେ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଏହାସହ ଜିଲ୍ଲାର ଭକ୍ତ ମାନେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଦର୍ଶନ କରିପାରିବେ।ଜାଗର ଯାତ୍ରାରେ ଦୋକାନ ବଜାର ବସିବା ନେଇ ଅନୁମତି ମିଳିଥିବାବେଳେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କ୍ରାଯାଇଥିବାର ଜଣାପଡିଛି ।

Comments (0)
Add Comment