ଭଦ୍ରକ, ୧୦/୧(ଏସଏସନିୟୁଜ) ରବିବାର ବିଳମ୍ବିତ ରାତିରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତର ବାଙ୍କମୁଆଁ ଗାଁରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି।ରୁଗା ମାଝି ସପରିବାରେ ଶୋଇଥିବାବେଳେ ଅଚାନକନିଆଁ ଲାଗି ଘରର ସମସ୍ତ ଆସବାପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି।ସୈାଭାଗ୍ୟବଶତ ପରିବାରଲୋକ ଅଳ୍ପକେ ବର୍ତ୍ତିଯାଇଥିଲେ । ଖବରପାଇ ଅଗ୍ନିଶମ ଗାଡି ପହଁଞ୍ଚିବା ପୂର୍ବରୁ ଘରସମ୍ପୁର୍ଣ ପୋଡିଯାଇଥିଲା ।ସୋମବାର ସକାଳେଆରଡି ରାଜସ୍ୱନିରିକ୍ଷକ ଘଟଣାସ୍ଥଳରେ ପହଁଚି ବିପନ୍ନଙ୍କୁ ଭେଟି ବାସହ ସ୍ଥିତିଅନୁଧ୍ୟାନକରି ଫେରିଛନ୍ତି ।