ଜଳିଗଲା ନାଇଟକୋଚ ବସ୍‌

ଭୁବନେଶ୍ୱର,୪/୭(ଏସ ଏସ ନିଉଜ) ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ନାଇଟକୋଚ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କ ସମେତ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବା ଆରମ୍ଭ କରିଛି ।ଅନ୍ୟପଟେ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ହସପିଟାଲରେ ଭର୍ତି କରିଛି ।ଆଜି ଭୋର ସମୟରେ ଲଲିତା ନାମକ ଏକ ବସ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ଧକ୍କା ହେବା ଫଳରେ ବସରେ ନିଆଁ ଲାଗି ଯାଇଥିଲା । ବସରେ ଥିବା କିଛି ଯାତ୍ରୀଙ୍କୁ କୌଣସି ପ୍ରକାରରେ କାଚ ଭାଙ୍ଗି ଉଦ୍ଧାର କରାଯାଇ ଥିଲା । ହେଲେ ଏହି ସମୟରେ ଡ୍ରାଇଭର ଓ ହେଲପର ସମେତ ୪ଜଣ ଗୁରୁତର ହୋଇଥିଲେ ।ତେବେ ବସଟି କେଉଁ କାରଣରୁ ନିଆଁ ଲାଗିଲା, ତାହାକୁ ସ୍ପଷ୍ଟ ହୋଇନାହିଁ ।

Comments (0)
Add Comment