ଜାଲରେ ପଡ଼ିଲା ଇଲା ମାଛ

ଭଦ୍ରକ, ୨୪/୧୦(ଏସଏସନିୟୁଜ) ଜାଲରେ ପଡ଼ିଲା ଇଲା ମାଛ ।ଗୋଟିଏ କି ଦୁଇଟି ନୁହେଁ,ଏକକାଳିନ ୬ ଟନ୍‌ରୁ ଅଧିକ ମାଛ ।ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।ଏହିଭଳିଘଟଣା ଶନିବାର ସକାଳେ ଧାମରାରେ ଦେଖିବାକୁ ମିଳିଛି । ଧାମରା କରଣପଲ୍ଲୀରେ ରହୁଥିବା ବିକି ମଣ୍ଡଳ ତାଙ୍କ ଯନ୍ତ୍ରଚାଳିତ ମାଛଧରା ବୋଟ୍ ନେଇ ସହଯୋଗୀଙ୍କୁ ସାଙ୍ଗରେ ନେଇ ଗତକାଲି ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ଗଭୀର ସମୁଦ୍ର ଭିତରେ ବୋଟ୍‌ଟି ଥିବା ସମୟରେ ହଠାତ ଶହଶହ ମାଛ ଜାଲରେ ଲାଗିଥିଲେ। ମାଛର ପରିମାଣ ଏତେ ଅଧିକ ଥିଲା ଯେ, ବୋଟ୍ ଚାଳକ ଓ ତାଙ୍କ ସହଯୋଗୀ ବାଧ୍ୟ ହୋଇ ଜାଲକୁ ଅଧାରୁ କାଟି ସମୁଦ୍ରରେ ଭସାଇ ଦେଇ ଅବଶିଷ୍ଟ ମାଛ ଧରି କୂଳକୁ ଫେରିଥିଲେ। ଇଲିସି’ ପରି ଅବିକଳ ଦେଖାଯାଉଥିବା ଏତେପରିମାଣର ଏହି ଇଲା ମାଛ ଧରାଯାଇଥିବାର ଖବର ପାଇ ଦେଖଣାହାରୀମାନଙ୍କର ଭିଡ ଲାଗିଥିଲା ।

Comments (0)
Add Comment