ମେଣ୍ଢାଶାଳ,୨୫।୧(ଏସଏସନିଉଜ)୧୬ତମ ଜାତୀୟ ମତଦାତା ଦିବସ ରବିବାରଦିନ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି।ମେଣ୍ଢାଶାଳର ୬୬,୬୭,୬୮ ଓ ୬୯ ନମ୍ୱର ବୁଥର ଭୋଟରମାନଙ୍କୁ ନେଇ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୁଥ୍ ସ୍ତରୀୟ ସୁପରଭାଇଜର ସୁଭଦ୍ରା ଜାଲି , ବୁଥ୍ ସ୍ତରୀୟ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ପ୍ରେମ୍ ସାଗର ହେମ୍ବ୍ରମ, ବ୍ରହ୍ମାନନ୍ଦ ମୁର୍ମୁ ଓ ମମତା ଜେନା ପ୍ରମୁଖ ଯୋଗଦେଇ ମତଦାନର ଆବଶ୍ୟକତା ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିବା ସହ ଅନ୍ୟମାନଙ୍କୁ ବୁଝାଇବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ମତଦାତା ମାନେ ଉପସ୍ଥିତ ରହି ମତଦାନ କରିବା ନିଜର ଅଧିକାର ବୋଲି ସଂକଳ୍ପ ନେବା ସହ ନିଶ୍ଚିତ ଭାବରେ ନିଜ ମତଦାନ ସାବ୍ୟସ୍ତକରି ଏକ ସୁଦୃଢ଼ ଦେଶଗଠନରେ ସହାୟକ ହେବା ପାଇଁ ଶପଥପାଠ କରିଥିଲେ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ )