ଭୁବନେଶ୍ୱର, ୨ା୪(ଏସଏସନିଉଜ) ବରଗଡ଼ ଫରେଷ୍ଟ ଡିଭିଜନ ସହାୟତାରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍ । ଗତକାଲି ସନ୍ଧ୍ୟାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା ଅଧୀନରେ ଥିବା ବିଜାଡିହି ଛକରେ ଏସଟିଏଫ୍ ଟିମ୍ ବରଗଡ଼ ବନ ବିଭାଗର ବନ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରି ୧୨କିଲୋଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଜବତ କରି ଅଭିଯୁକ୍ତ ମହାଦେବ ମୁଖଟିଆକୁ ଗିରଫ କରିଥିଲେ ।