କଳାକନା ବୁଲାଇଲା ଭଡ଼ାଟିଆ

ମାଲକାନଗିରି,୨/୩(ଏସଏସନିୟୁଜ) ମିଠାରେ ନିଶା ଦେଇ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ସଦର ମହକୁମା ବିବିଗୁଡ଼ାରେ ଜଣେ ସୁନା ବ୍ୟବସାୟୀଙ୍କ ଘରୁ ୨୩ ଲକ୍ଷର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାକୁ ଅଭିନବ ଉପାୟରେ ଲୁଟ୍ କଲେ ଭଡ଼ାଟିଆ। ।
ପ୍ରକାସ ଯେ,ସୁବାସ ପାଟିଲ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଘରେ ଜଗଦୀଶ ଓ ତାଙ୍କ ସ୍ତ୍ରୀ ଗତ ତିନିମାସ ହେବ ଭଡାରେ ରହି ଆସୁଥିଲେ। ଚାକିରି ହେବା କହି କାଲି ଘର ମାଲିକ ସମେତ ପଡ଼ୋଶୀଙ୍କୁ ମିଠା ବାଣ୍ଟିଥିଲା । ମିଠା ଖାଇ ସମସ୍ତେ ଅଚେତ ପରେ ଘରର ଝରକା ଦେଇ ୨୩ ଲକ୍ଷର ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ନେଇ କଳାକନା ବୁଲେଇ ଫେରାର ହୋଇଯାଇଥିଲେ ଭଡାଟିଆ ।  ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment