ଭୁବନେଶ୍ୱର,୨୭।୧(ଏସଏସନିଉଜ)ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶାବନ୍ଦ ଡାକରା ଦିଆଯାଇଛି। ୨୮ତାରିଖ ସକାଳ ୬ରୁ ଦିନ ୨ଟାଯାଏଁ ୮ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି ।ନବନିର୍ମାଣ କୃଷକସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ତାଚ୍ଛଲ୍ୟ କରିଛି।ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର।ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣିନାହାନ୍ତି।ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେନାହିଁ।ବିଜେଡି ସମୟରେ ଚାଷୀ ହତାଶ ହେଉଥିଲେ ଓ ଦଲାଲ ମାଲେମାଲ ହେଉଥିଲେ।ମୋହନସରକାରରେ ଚାଷୀ ଉତ୍ସାହିତ ହେବା ସହ ଅଧିକ ୮୦୦ ଟଙ୍କା ପାଉଛନ୍ତି।କଂଗ୍ରେସର ସ୍ଥିତି ନଥିବାରୁ ସେମାନଙ୍କ ପଛରେ ଲାଉ ହେଉଛି।ଏହି ବନ୍ଦ୍ର କିଛିପ୍ରଭାବ ପଡ଼ିବନାହିଁ କହିଛନ୍ତି ମନୋଜ ମହାପାତ୍ର।
ନବନିର୍ମାଣ କୃଷକସଂଗଠନର ବନ୍ଦ ଡାକରା ନେଇ ବିଜେଡି ତାର ପ୍ରତିକ୍ରିୟା ରଖିଛି। ମୁଖପାତ୍ର ଲେନିନ୍ ମହାନ୍ତି
କହିଛନ୍ତି ଏହା ଏକ ଭଲପଦକ୍ଷେପ, ସାଧୁବାଦ ଜଣାଉଛୁ କହିଛନ୍ତି।ଚାଷୀସମସ୍ୟା, PUCC, ସ୍ମାର୍ଟସିଟି ପ୍ରସଙ୍ଗରେ ଆମର ୨ରୁ ଆନ୍ଦୋଳନ ହେବ।ନବନିର୍ମାଣ କୃଷକ ସଂଗଠନକୁ ଅଲ୍ ଦି ବେଷ୍ଟ, ସେ ତାଙ୍କ କାର୍ଯ୍ୟକ୍ରମ ଆଗାନ୍ତୁ ବୋଲି କହିଛନ୍ତି।