କ୍ରୀଡ଼ାବିତ ଚୟନରେ ପାତରଅନ୍ତର

ସାମ୍ବାଦିକ ସମିଳନୀରେ ଅଭିଯୋଗ ଆଣିଲେ ମୀରା

ଭୁବନେଶ୍ୱର,୧୮।୯(ଏସଏସନିଉଜ)ଜାତୀୟସ୍ତରର ଜିମ୍ନାଷ୍ଟିକ ଖେଳାଳିଙ୍କୁ ଅଣଦେଖା ସମ୍ପର୍କରେ ମୁହଁଖୋଲିଛନ୍ତି ତାଙ୍କ ମାଆ ମୀରାରାଣୀ ଦାସ।
ମିରାରାଣୀ ହେଉଛନ୍ତି ଜେଏମ୍ସ ଏକାଡେମୀର ଅଧକ୍ଷା। ତାଙ୍କର ଝିଅ ହେଉଛନ୍ତି ରିତିକା ।ସେ କଟକ ଦିଲ୍ଲୀପବ୍ଳିକସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଗତ ୩ବର୍ଷ ହେଲେ ସେ କଟକଜିଲ୍ଲା ତରଫରୁ ସ୍କୁଲ ଗେମ୍ ଅଫ୍ ଫେଡେରେସନ ଦ୍ୱାରା ଆୟୋଜିତ ଜିମ୍ନାଷ୍ଟିକ ଖେଳରେ ଜାତୀୟ ସ୍ତରରେ ଭାଗ ନେଇଆସିଛନ୍ତି। ମାତ୍ର ଚଳିତବର୍ଷ ତାଙ୍କୁ ଏ ଖେଳରୁ ବଞ୍ଚିତ କରାଯାଇଛି । ରିତିକା ୨୦୨୧-୨୨ ମସିହାରୁ ଜିମ୍ନାଷ୍ଟିକରେ ରାଜ୍ୟ ଚାମ୍ପିଆନ ଆଖ୍ୟା ଅର୍ଜନ କରିପାରିଛନ୍ତି । ଏବେ ସେ କଳିଙ୍ଗ ଷ୍ଟାଡିୟମରେ ଥିବା ହାଇପରଫର୍ମାନ୍ସ ସେଣ୍ଟରରେ ପ୍ରାକ୍ଟିସ ଜାରି ରଖିଛନ୍ତି । ସ୍କୁଲ ତରଫରୁ ସିବିଏସି ଗେମରେ ବି ଜାତୀୟ ସ୍ତରରେ ଭାଗନେଇ ୧୦ମସ୍ଥାନ ଅଧିକାର କରିଛନ୍ତି । ଓପନ ନ୍ୟାସନାଲରେ ମଧ୍ୟ ୬ଥର ଖେଳିସାରିଛନ୍ତି । ମାତ୍ର ଚଳିତ ବର୍ଷ ଖେଳରୁ ତାଙ୍କୁ ବଞ୍ଚିତ କରାଯିବା କାରଣରୁ ତାଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି।ତାଙ୍କୁ ଉଦେଶ୍ୟ ମୂଳକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇନାହିଁ ବୋଲି ତାଙ୍କ ମା ମୀରାରାଣୀ ଦାସ ସାମ୍ବାଦିକ ସମିଳନୀରେ ଅଭିଯୋଗ ଉଠାଇଛନ୍ତି।ଗୋଟିଏ ପଟେ ରାଜ୍ୟ ସରକାର କ୍ରୀଡା ଓ କ୍ରୀଡ଼ାବିତଙ୍କୁ ଗୁରୁତ୍ୱ ଓ ପ୍ରୋତ୍ସାହନ ଦେଉଥିବାବେଳେଦାୟିତ୍ୱରେ ରହୁଥିବା ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ରିତିକା ଭଳି ଝିଅମାନଙ୍କ ମନୋବଳ ଭାଙ୍ଗିଯାଉଛି।ଏଥିପ୍ରତି ରାଜ୍ୟସରକାର ଦୁଷ୍ଟି ଦେଇ ପୁନ ବିଚାର କରିବାକୁ ମୀରା ଦାବୀ କରିଛନ୍ତି।(ସୁବ୍ରତ ମହାପାତ୍ରଙ୍କ ରିପୋର୍ଟ)

Comments (0)
Add Comment