କୁଆଡେ ଗଲେ ପ୍ରଦୀପ ?

ଖବର ଆଜିର,ତାରିଖ ୧୨-୧୧-୨୦ ଗୁରୁବାର ।
୧-କରୋନାର ପ୍ରକୋପ କମିନାହିଁ, ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ : ଡା. ଜୟନ୍ତ ପଣ୍ଡା ।
୨-ଆଇଟିଏଟିର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୩-କରୋନା ଭ୍ୟାକ୍‌ସିନ୍‌କୁ ନେଇ ଋଷର ଦାବି, କହିଲା- ‘ସ୍ପୁଟନିକ୍‌-V ୯୨ ପ୍ରତିଶତ ପ୍ରଭାବଶାଳୀ’ ।
୪-ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା, ସାଇଣ୍ଟିଫିକ ଟିମ୍ ଓ ଡଗସ୍କ୍ୱାଡ୍‌ର ତଦନ୍ତ ଜାରି ।
୫-ଆମେରିକାରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ, ଏଯାଏଁ ଗଲାଣି ୨ ଲକ୍ଷ ୩୮ ହଜାରରୁ ଅଧିକ ଜୀବନ ।
୬-ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କଲେ ସୁପ୍ରିମ୍ କୋର୍ଟ ।
୭-କରୋନା ସଂକ୍ରମଣ ନେଇ କେଜ୍ରିଓ୍ଵାଲ ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ, କହିଲେ- କ’ଣ ସଂକ୍ରମଣ ଦୁଇ ଗୁଣ ହେବାକୁ ଅପେକ୍ଷା କରିଛନ୍ତି ?
୮-SF-10କମାଣ୍ଡୋଙ୍କୁ ବଡ଼ ସଫଳତା, ଭାରତ-ବାଂଲାଦେଶ ସୀମା ପାର କରିବା ବେଳେ ଉଲଫା(ଆଇ) କମାଣ୍ଡର ଗିରଫ ।
୯-ରାଉରକେଲା କ୍ରସର ୟୁନିଟ୍ ମାଲିକ ଅପହରଣ ଘଟଣାକୁ ବିତିଲାଣି ୯୬ ଘଣ୍ଟା । ଏଯାଏ ଅପରାଧୀଙ୍କ ଟେର ପାଉନି ପୋଲିସ, ପରିବାରଲୋକଙ୍କ ପ୍ରଶ୍ନ କୁଆଡେ ଗଲେ ପ୍ରଦୀପ ?
୧୦-ଫାଇଜର୍ ଟିକାକୁ ବିଯୁକ୍ତ ୭୦ ଡିଗ୍ରି ତାମାତ୍ରାରେ ରଖାଯିବା ଆବଶ୍ୟକ ହେଉଥିବାରୁ ଭାରତରେ ସେଭଳି ବ୍ୟବସ୍ଥା କରିବା କଷ୍ଟକର ହୋଇପାରେ ବୋଲି ‘ଏମ୍‌ସ୍‌’ର ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।
୧୧-ଗଞ୍ଜାମ ଜିଲା ପ୍ରଶାସନର ବଡ ପଦକ୍ଷେପ : ମାସ୍କ ନାହିଁ ତ ସରକାରୀ ଏବଂ ବେସରକାରୀ ସେବା ନାହିଁ ।
୧୨-ବିହାର ନିର୍ବାଚନ ପରିଣାମରେ ନିରାଶ ଲାଲୁ, ମେଣ୍ଟ ରାଜନୀତିରେ ସମ୍ଭାବନା ଖୋଜିବାକୁ ପୁଅ ତେଜସ୍ଵୀଙ୍କୁ ଦେଲେ ପରାମର୍ଶ ।
୧୩-ସାବଧାନ ! ନକଲି ଉଜ୍ଜ୍ୱାଲା ଗ୍ୟାସ୍ ଏଜେନ୍ସି LPG ବିତରକ, ଏଥିରେ ଫସନ୍ତୁ ନାହିଁ ।
୧୪-ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସିକରେ ନାଲକୋର ନିଟ୍ ଲାଭ ୧୦୭ କୋଟି ଟଙ୍କା ।
୧୫-ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ସ୍ଥାନ ପାଇଲା ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ।
୧୭-ରୋହିତଙ୍କୁ ଭାରତର ଟ୍ବେଣ୍ଟି-୨୦ ଅଧିନାୟକ କରିବା ଦାବି ।
୧୮-ଅଷ୍ଟ୍ରେଲିଆ ଗସ୍ତରେ ଗଲା ଭାରତୀୟ କ୍ରିକେଟ୍ ଦଳ ।
୧୯-ଇସାରାରେ ‘ମିଶନ ବଙ୍ଗାଲ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ମୃତ୍ୟୁର ଖେଳରେ ଭୋଟ୍ ମିଳେ ନାହିଁ ।
୨୦-ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଅଜବ ପରିସ୍ଥିତି । ଏବେବି ପରାଜୟ ମାନିବାକୁ ନାରାଜ ଟ୍ରମ୍ପ, ଟ୍ରମ୍ପଙ୍କ ଅମାନିଆପଣକୁ ଲଜ୍ଜାଜନକ କହିଲେ ବାଇଡେନ୍ ।

 

Comments (0)
Add Comment